ଢେଙ୍କାନାଳ ଜିଲ୍ଲା ପ୍ରଶାସନ କୁ ମୋର ବିନମ୍ର ଅନୁରୋଧ !ନବୀନ ନନ୍ଦ, ପୁର୍ବତନ ବିଧାୟକ ,ଢ଼େଙ୍କାନାଳ

୧ – ଆପଣ ମାନେ ଜାଣନ୍ତି ଢେ଼ଙ୍କାନାଳ ର ପ୍ରସିଦ୍ଧ ତୀର୍ଥ ସ୍ଥଳୀ କପିଳାସ ରାଜ୍ୟର ଏକ ପ୍ରମୁଖ ତୀର୍ଥ ସ୍ଥଳୀ ମଧ୍ୟରୁ ଅନ୍ୟତମ ।
ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ବିଜେ କପିଳାସ ଙ୍କର ଅଚଳାଚଳ ସମ୍ପତ୍ତି ଆଜି ଉପଯୁକ୍ତ ରକ୍ଷଣାବେକ୍ଷଣ ର ଅଭାବ ରୁ ଦିନକୁ ଦିନ ତାର ଗାରିମା ହରାଉଛି ।
୨- କପିଳାସ କୁ ରାଜ୍ୟର ହଜାର ହଜାର ଯାତ୍ରୀ ଓ ପର୍ଯ୍ୟଟକ କପିଳାସ ର ମନୋରମ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ଓ ଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କ ର ଅପାର କରୁଣା ଲାଭ ପାଇଁ ପ୍ରତ୍ୟହ ଆସିଥାନ୍ତି ।
୩- ଶ୍ରୀ ଜୀଉ ଙ୍କର ଅଚଳାଚଳ ସମ୍ପତି ଥିଲେବି ପରିଚାଳନା ଗତ ତ୍ରୁଟିପାଇଁ ନୀତିକାନ୍ତି ରେ ଅବହେଳା ପରିଲକ୍ଷିତ ହେଉଅଛି । ଏଠାକୁ ଆସୁଥିବା ଯାତ୍ରୀ ଙ୍କୁ ବିଭିର୍ଣ ଉପାୟରେ ଶୋଷଣ କରାଯାଉଛି ।
୪- ଏହି ପୀଠ କୁ ହଜାର ହଜାର ଯାତ୍ରୀ ଅସୁଥିଲେବି ଯାତ୍ରୀ ଙ୍କର ବିଶ୍ରାମ ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ।ଯାତ୍ରୀଙ୍କ ବିଶ୍ରାମ ପାଇଁ ଯେଉଁ ଗୃହ ଟି ନିର୍ମାଣ କରାଯାଇଥିଲା ସେଥିରେ ଏବେ ଦେବୋତ୍ତର ବିଭାଗ ନିଲାମ ଦେଇ ଏକ ହୋଟେଲ କରିଛନ୍ତି । ସରକାର ଙ୍କ ତରଫରୁ ଯେଉଁ ଅନୁଦାନ ଆସୁଛି ତାହା ପୀଠ ରେ ଖର୍ଚ୍ଚ ନହୋଇ ପାହାଡ଼ ତଳ ଜାଗାରେ କରାଯାଉଛି ।ତେଣୁ ଯାତ୍ରୀ ଙ୍କ ବିଶ୍ରାମ ପାଇଁ ପର୍ଯ୍ୟାପ୍ତ ଜାଗର ବନ୍ଦୋବସ୍ତ କରାଯାଉ ।
୫- ପୀଠରେ କୌଣସି ଗାଡି ପର୍କିଙ୍ଗ ର ସୁବିଧା ନଥାଇ ଦେବୋତ୍ତର ବିଭାଗ ପାର୍କିଂ ନିଲାମ କରିବା ଦ୍ୱାରା ଯେଉଁମାନେ ନିଲାମ ନେଉଛନ୍ତି ଯାତ୍ରୀ ଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବାର ଅଭିଯୋଗ ହେଉଛି ।
୬- କପିଳାସ ପାହାଡ଼ ତଳେ ଏକ ଟୋଲ ଗେଟ ଦେବୋତ୍ତର ବିଭାଗ ତରଫରୁ ଲକ୍ଷାଧିକ ଟଙ୍କାରେ କିଛି ବ୍ୟକ୍ତି ଙ୍କୁ ନିଲାମ ଦିଆଯାଇଛି ।ଏହି ଟୋଲ ଗେଟ ରେ ଯେଉଁ ଯାତ୍ରୀ ନିଜର ଗାଡି ନେଇ କପିଳାସ ଦର୍ଶନ ପାଇଁ ଆସିଥାନ୍ତି ସେମାନେ ନିର୍ଦ୍ଧାରିତ ଟଙ୍କା ଦେଇ ଟୋଲ ଟିକସ ଦେଇ ଆସନ୍ତି ।କିନ୍ତୁ ସେହି ନିଲାମ ଧାରୀ ଏବେ ଢେ଼ଙ୍କାନାଳ -ମନ୍ଦାର PWD ରାସ୍ତାରେ ଗେଟ ପକାଇ ସାଧାରଣ ଯାତ୍ରୀ ଯେଉଁମାନେ ଡିଅର ପାର୍କ କି ବିଜ୍ଞାନ ପାର୍କ ବୁଲିବାକୁ ଆସୁଛନ୍ତି ସେମାନଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି । କପିଳାସ ପାଦ ଦେଶ ରେ ଏକ ପୋଲିସ ଫାଣ୍ଡି ହୋଇଥିଲେ ସୁଦ୍ଧା ସେମାନେ ଏହା ଦେଖି ନିରବ ରୁହନ୍ତି ।
୭- କପିଳାସ ପାଦ ଦେଶ ରେ ନିରୂପମା ହୋଟେଲ ପାଖରେ ଦେବୋତ୍ତର ବିଭାଗ ତରଫରୁ ଏକ ଗାଡି ପାର୍କିଂଗ ପାଇଁ ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ଯେଉଁ ଯାତ୍ରୀ ମାନେ ଦୂର ଦୁରାନ୍ତ ରୁ ଆସନ୍ତି ସେମାନେ ଏହି ପାର୍କିଂଗ ରେ ଗାଡି ରଖି ଦର୍ଶନ ପାଇଁ ଯାଇଥାନ୍ତି । କିନ୍ତୁ ଏଠି ଏହି ନିୟମ ର ଖୋଲା ଉଲଂଘନ ହୋଇ ଯେଉଁ ଗାଡି ସବୁ କପିଳାସ ଆସୁଛନ୍ତି ସେମାନଙ୍କ ଠାରୁ ଜୋର ଜବରଦସ୍ତ ପାର୍କିଂଗ ଫିସ ଓ ଟୋଲ ଫିସ ଜୋର ଜବରଦସ୍ତ ଆଦାୟ କରୁଛନ୍ତି ।ଦେବୋତ୍ତର ବିଭାଗ ଥରେ ନିଲାମ ଦେଇ ଟଙ୍କା ନେଇଯିବା ପରେ ତାର ତଦାରଖ କରୁନଥିବାରୁ କିମ୍ବା ଏସବୁ ବେନିୟମ କାମ ଦେଖି ଚୁପ ରହୁଥିବାରୁ ସାଧାରଣ ଯାତ୍ରୀ ଶୋଷଣ ର ଶିକାର ହେଉଛନ୍ତି । ଯାହା ଫଳରେ କପିଳାସ ପୀଠ ତାର ଗାରିମା ହରାଉଛି ।
୮- କପିଳାସ ପୀଠ ହେଉଛି ଏକ ପ୍ରସିଦ୍ଧ ଶୈବ ପୀଠ।ଏହାର ପବିତ୍ରତା ଦୃଷ୍ଟିରୁ ଏହାର ପାଦ ଦେଶରେ ନିରାମିଷ ଭୋଜନ ଦ୍ୱାରା ଭୋଜିଭାତ କରାଯିବ। କଥା କିନ୍ତୁ ଏଠାରେ ପ୍ରବଳ ମାତ୍ରାରେ ଆମିଷ ଭୋଜନ କରାଯାଉଛି ।ଯେଭଳି ଭାବରେ ପୁରୀ ବଡ଼ଦାଣ୍ଡ ରେ ଅମିଶ ଭୋଜନ ନିଷେଧ ହୋଇଛି ଏଠାରେ ସେଭଳି ହେବା କଥା । ପୀଠ ର ପବିତ୍ରତା ରକ୍ଷା ପାଇଁ ପ୍ରଶାସନ ଏ ସବୁ ର ନିୟନ୍ତ୍ରଣ କରିବା ଜରୁରୀ ହୋଇ ପଡିଛି । ଢେ଼ଙ୍କାନାଳ ମନ୍ଦାର ରାସ୍ତାରେ ଅବସ୍ତିତ କପିଳାସ ର ମୁଖ୍ୟ ଫାଟକ ଠାରୁ କପିଳାସ ମନ୍ଦିର ପର୍ଯ୍ୟନ୍ତ ଅଂଚଳ କୁ ନିରାମିଷ ଅଂଚଳ ରୂପେ ଘୋଷଣା କରାଯାଇ ପୀଠ ର ପବିତ୍ରତା ରକ୍ଷା କରିବା ଜରୁରୀ ହୋଇ ପଡିଛି
୯- କପିଳାସ ଠାକୁର ଙ୍କର ଯେଉଁ ହଜାର ହଜ।ର ଏକର ଚାଷ ଜମି ଓ ଖମାର ଅଛି ଠାକୁର ଙ୍କ ହାତ ଚାଷ କୁ ସୁବ୍ୟବସ୍ଥିତ କରାଯାଉ । ତାର ଆୟ ଓ ବ୍ୟୟ ର ସମୀକ୍ଷା କରାଯାଉ । ଦେବୋତ୍ତର ର ଯେଉଁ କର୍ମଚାରି (ଖମାରୀ) ଏହି କାର୍ଯ୍ୟ ପାଇଁ ନିଯୁକ୍ତି କରାଯାଇଛି ସେମାନଙ୍କୁ ଉତ୍ତର ଦାୟିତ୍ୱ (accountability) ଦିଆଯାଉ । ଯଦି ଚାଷ କାର୍ଯ୍ୟ ରେ କ୍ଷତି ହେଉଛି ତେବେ ଘରୋଇ ସହଭାଗୀତା(PPP) ରେ ଚାଷ କାର୍ଯ୍ୟ କରାଯାଇ ତାହାକୁ ଲାଭ ଜନକ ବ୍ୟବସାୟ ରେ ପରିଣତ କରାଯାଉ ।
୧୧- ଶ୍ରୀ ଜୀଉ ଙ୍କର ଅନେକ ଭୁସମ୍ପତି ଜବର ଦଖଲ ହୋଇ ଯାଇ ସାରି ଥିବାରୁ ସେଭଳି ଭୁସମ୍ପତି କୁ ଚିହ୍ନଟ କରି ସେଭଳି ଜାଗାକୁ ବିକ୍ରୟ କରିବାକୁ ପଦକ୍ଷେପ ନିଆଯାଉ ।ସେଥିରୁ ଲବ୍ଧ ଧନ କୁ ଠାକୁର ଙ୍କର ସ୍ଥାୟୀ ଜମା ଭାବରେ ରଖାଯାଉ ।
୧୨- ଶ୍ରୀ ଜୀଉ ଙ୍କର ମହୁଲ ଖୋଳି ଗ୍ରାମରେ ଥିବା ୧୨୦୦ଏକର ଉଜୁଡା କାଜୁ ଜଙ୍ଗଲ ର ପୁନରୁଦ୍ଧାର କରାଯାଉ । ସେଥିପାଇଁ ପ୍ରଶାସନ ପାଖରେ ଟଙ୍କାର ଅଭାବ ନାହିଁ ।ସରକାର ଙ୍କ MGNRGES ଯୋଜନାରେ ନୂତନ କାଜୁ ଜଙ୍ଗଲ ସୃଷ୍ଟି ହେଉ ଓ ଏହି ଜାଗାରୁ କିଛି ଅଂଶ ରେ ଏକ Eco Tourism ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ।
୧୩- କପିଳାସ ପୀଠ ରେ ବିଦ୍ୟୁତ ,ପିଇବା ପାଣି କୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଙ୍କ ତରଫରୁ ସ୍ଥାୟୀ କର୍ମଚାରୀ ନିଯୁକ୍ତି କରନ୍ତୁ । ଯାତ୍ରୀ ମାନଙ୍କର କପିଳାସ ପୀଠ ରେ ରାତ୍ରି ରହଣି ସୁ ବନ୍ଦୋବସ୍ତ କରାଯାଉ ଓ ପିଲା ମାନଙ୍କ ମନୋରଞ୍ଜନ ପାଇଁ ଗୋଟିଏ ଛୋଟ ଶିଶୁ ଉଦ୍ୟାନ ସରକାର ନିର୍ମାଣ କରନ୍ତୁ ଓ ଯାତ୍ରୀ ମାନଙ୍କ ଅସ୍ଥାୟୀ ବିଶ୍ରାମ ପାଇଁ ସ୍ଥାୟୀ ବେଞ୍ଚ ଓ ପର୍ଯ୍ୟାପ୍ତ ପରିସ୍ରା ଗାର ର ବନ୍ଦୋବସ୍ତ ହେବା ଦରକାର ।
୧୪- କପିଳାସ ମନ୍ଦିର ର ମୁଖଶାଳା ନିକଟରେ ଯାତ୍ରୀ
ମାନେ ଦାନ ଦେବା ପାଇଁ ନିର୍ମାଣ ହୋଇଥିବା କାଉଣ୍ଟର କୁ ଚାଲୁ କରାଗଲେ ବହୁ ବଦାନ୍ୟ ବ୍ୟକ୍ତି ମନ୍ଦିର ର ଉନ୍ନୟନ ପାଇଁ ଦାନ ଦେବାର ସୁଯୋଗ ପାଆନ୍ତେ।
୧୫- ମନ୍ଦିର ପ୍ରଶାସନ ତରଫରୁ ଭୋଗ ଦୋକାନ ନିଲାମ ଦିଆଯିବା ଦ୍ୱାରା ଯାତ୍ରୀ ମାନେ ଶୋଷଣ ର ଶିକାର ହେଉଛନ୍ତି । ତେଣୁ ନିର୍ଦ୍ଧାରିତ ଦର ରେ ଭୋଗ ବିକ୍ରୟ ପାଇଁ ମନ୍ଦିର ପ୍ରଶାସନ ନିଜେ ବନ୍ଦୋବସ୍ତ କରନ୍ତୁ କିମ୍ବା ପୂର୍ବଭଳି ଏକାଧିକ ଭୋଗ ଦୋକାନ ନିଲାମ ଦିଆଯାଉ ।
୧୬- ଦେବୋତ୍ତର ର ସୁପରିଚାଳନା ପାଇଁ ପରାମର୍ଶ ଦାତା କମିଟି ର ପୁନର୍ଗଠନ କରି ପ୍ରତି ତିନି ମାସରେ ତାର ବୈଠକ ଡ଼କାଯାଉ ଓ ଉକ୍ତ କମିଟି ରେ ସ୍ଥାନୀୟ ସରପଞ୍ଚ ଓ ଲୋକ ପ୍ରତିନିଧି ଙ୍କ ସମେତ କି କଛି ବରିଷ୍ଠ ନାଗରିକ ଙ୍କୁ ସାମିଲ କରାଯାଉ ।
୧୭- କପିଳାସ ମନ୍ଦିର ର ଆୟ ଓ ବ୍ୟୟ କୁ ସାର୍ବଜନୀନ କରାଯାଉ । ମନ୍ଦିର ର ଆୟ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉ । କପିଳାସ ମନ୍ଦିର ର ସ୍ଥାୟୀ ଜମା କୁ ମନଇଚ୍ଛା ଖର୍ଚ୍ଚ ନକରାଯାଉ ।କେବଳ ସୁଧ ଅର୍ଥ ରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଉ ।
୧୮- କପିଳାସ ଠାରୁ ପୁରୀ ପର୍ଯ୍ୟନ୍ତ ଗୋଟିଏ ବସ ଚଳାଇବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ। କୌଣସି ଘରୋଇ ବ୍ୟକ୍ତି ଙ୍କୁ ଅନୁମତି ଦେଇ କପିଳାସ ଠାରୁ ଜୋରନ୍ଦା ଓ ସପ୍ତଶଯ୍ୟା ଦେଇ ପୁରୀ ପର୍ଯ୍ୟନ୍ତ ବସ ଚାଲିଲେ ବହୁ ଯାତ୍ରୀ କପିଳାସ ଆସିବାପାଇଁ ଆଗ୍ରହ ପ୍ରକାଶ କରିବେ ଓ ଜିଲ୍ଲାରେ ପର୍ଯ୍ୟଟନ ର ଗୁରୁତ୍ୱ ବୃଦ୍ଧି ପାଇ ପାରନ୍ତା ।
୧୯ – କପିଳାସ ପୀଠର ଉନ୍ନୟନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ମାଷ୍ଟର ପ୍ଲାନ କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଙ୍କ 5T ବିଭାଗ କୁ ଅତି କମ ରେ ୧୦୦କୋଟି ର ଆର୍ଥିକ ଅନୁଦାନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ଦିଅନ୍ତୁ ।
୨୦ – କପିଳାସ ପାଦ ଦେଶ ରେ ମୁଖ୍ୟ ଫାଟକ ନିକଟରେ ଥିବା ସରକାରୀ ଜାଗାରେ ପଂଚାୟତ ତରଫରୁ ଏକ ଶିଶୁ ଉଦ୍ୟାନ ନିର୍ମାଣ କରା ଯିବା ପାଇଁ ବନ୍ଦୋବସ୍ତ କରାଯାଉ ଓ ପର୍ଯ୍ୟାପ୍ତ ପରିମାଣ ରେ ଦୋକାନ ଗୃହ ନିର୍ମାଣ କରାଗଲେ ସ୍ଥାନୀୟ ବେକାର ଯୁବକ ମାନେ କର୍ମ ନିଯୁକ୍ତି ପାଇବାରେ ସହାୟକ ହୁଅନ୍ତା ।

Leave A Reply

Your email address will not be published.

thirteen − 8 =