ସରପଞ୍ଚ ମାନଙ୍କ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଉଦଘାଟିତ : ଲୋକଙ୍କ ସମସ୍ୟା ସମାଧାନର ସରପଞ୍ଚ ମାନେ ଅଗ୍ରଣୀ ଭୁମିକା ନିଅନ୍ତୁ !

ଲେଙ୍କାନାଳ: ଜିଲ୍ଲାର ସଦର ବ୍ଲକ ଏବଂ କାମାକ୍ଷାନଗର ବ୍ଲକ ସରପଞ୍ଚ ମାନଙ୍କର ୫ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଜିଲ୍ଲାା ପଞ୍ଚାୟତ ସମ୍ବଳ କେନ୍ଦ୍ରଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃଣମୂଳ ସ୍ତରରେ ସରପଞ୍ଚ ମାନେ ଲୋକଙ୍କ ସମସ୍ୟାକୁ ସବୁଦିନ ସମ୍ମୁଖୀନ ହେଉଛନ୍ତି। ଲୋକଙ୍କ ସମସ୍ୟାକୁ ସମଧାନ କରିବା ଦିଗରେ ସରପଞ୍ଚ ମାନେ ଅଧିକ ଧ୍ୟାନ ଦେବା ଉଚିତ ବୋଲି ସେ କହିଥିଲେ । ଜିଲ୍ଲପାଳ ସରୋଜ କୁମାର ସେଠୀ ଯୋଗଦେଇ ୭୩ତମ ସମ୍ବିଧାନ ସଂଶୋଧନ
ପଂଚାୟତରାଜ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏ ଆଇନ ବଳରେ ଗ୍ରାମସଭାକୁ ସାମ୍ବିଧାନିକ ମର୍ଯ୍ୟଦା ଦିଆଯାଇ ସଶକ୍ତ କରାଯାଇଛି।

ଲୋକମାନଙ୍କର ବିଭିନ୍ନ ସମସୟାକୁ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁଆ ଆହ୍ୱାନ ଦେଇଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ପଞ୍ଚାୟତିରାଜ ଅନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କର ବିକାଶମୂଳକ ପ୍ରକଳ୍ପ ଗୁଡିକୁ ଆଗକୁନେବା ପାଇଁ ସରପଞ୍ଚ ମାନଙ୍କର ଗୁରୁ ଦାୟିତ୍ୱ ରହିଛି। ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରାଇ ବିକାଶ ପ୍ରକ୍ରିୟାକୁ ଆଗକୁ ନେବାକୁ ଆହ୍ବାନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏପିଡି(ପ୍ରଶାସନ) ସରୋଜ କୁମାର ଦତ, ଦୀର୍ଘସ୍ଥାୟୀ ବିକାଶ ଉପରେ ପଞ୍ଚାୟତର ଭୁମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପ୍ରଶିକ୍ଷକ ଶିଶିର କୁମାର ଶତପଥୀ ଓ ପ୍ରଳୟ କୁମାର ଦାସ, ୫ଟି ଓ ମୋ ସରକାର, ସଶକ୍ତ ଗ୍ରାମସଭା, ପଲ୍ଲୀସଭା, କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ, ଦୀର୍ଘସ୍ଥାୟୀ ବିକାଶ ଉପରେ ତାଲିମ ପ୍ରଦାନ କରିଥିଲେ । ଏପିଡି ଟ୍ରେନିଂ ସୌସୁମୀ ମାହୁନ୍ତ ତାଲିମ ଶିବିରକୁ ପରିଚାଳନା କରିଥିଲେ । ଉଭୟ ବ୍ଲକ ର ୫୧ ଜଣ ସରପଞ୍ଚ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

12 − 2 =