ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଓ କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଓ କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବା ଦୃଷ୍ଟିରୁ କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଦେଶରେ ପୁଣି ଥରେ କରୋନା ସଂକ୍ରମଣର ବୃଦ୍ଧି ଘଟୁଥିବାରୁ ୧୨ରୁ ୧୭ ବର୍ଷୀୟ ପିଲାମାନଙ୍କୁ ଟୀକାକରଣରେ ଅଗ୍ରାଧିକାର ଦେବା ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟିଙ୍ଗ ବଢାଇବା ଏବଂ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାରେ ୫-ଟି ଅଧିନରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟର ବାକି ରହିଥିବା ସମସ୍ତ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ କହିଛନ୍ତି । ଜିଲ୍ଲାର ସମସ୍ତ ଅଙ୍ଗନୱାଡି କର୍ମୀ ଜଣେ ଲେଖାଏଁ ଅପପୁଷ୍ଟିରେ ଶିକାର ଓ ପାଠ ପଢାରେ ଦୁର୍ବଳ ଥିବା ପିଲାକୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କର ବିଶେଷ ଯତ୍ନ ନେବାକୁ ସେ ପରାମର୍ଶ ଦେଇଛନ୍ତି । ପାଠପଢା ଛାଡି ସ୍କୁଲ ଆସୁନଥିବା ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍କୁଲ ଅଣିବାର ବ୍ୟବସ୍ଥା କରିବାକୁ କହିଛନ୍ତି ।

ସମସ୍ତ ଯୋଗ୍ୟ ହିତାଧିକାରୀ ଓ ବିଧବା ମହିଳାଙ୍କୁ ଯଥାଶୀଘ୍ର ସେମାନଙ୍କର ଭତା ପ୍ରଦାନର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ସମସ୍ତ ବିଭାଗୀୟ ଅଧିକାରୀ , ବିଡିଓ, ତହସିଲଦାର ସୋମବାର ଦିନ ନିଜ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣୀ କରି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ କରିବାକୁ କହିଛନ୍ତି ।

ଆସନ୍ତା ୧୦ଓ ୧୧ ତାରିଖରେ ସଦେଇବେରେଣୀ ଠାରେ ହେବାକୁ ଥିବା ହସ୍ତଶିଳ୍ପ ମହୋତ୍ସବରେ ୧୦ ତାରିଖ ସକାଳ ୮ ଘଟିକା ସମୟରେ ଏକ ମଶାଲ ଶୋଭାଯାତ୍ରା ସପ୍ତଶଯ୍ୟା ଠାରୁ ବାହାରି ସଦେଇବେରେଣୀ ଠାରେ ପହଁଚିବ । ଏହି ମଶାଲ ଶୋଭାଯାତ୍ରାରେ ବିଭିନ୍ନ ବ୍ଳକରୁ ଆସିଥିବା ପ୍ରତିନିଧିମାନେ ଭାଗନେବେ । ମହୋତ୍ସବରେ ମିଶନ ଶକ୍ତି, ଡୋକ୍ରା ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଷ୍ଟଲ ଗୁଡିକୁ ପ୍ରାଧାନ୍ୟ ଦେବା ସହିତ ମହୋତ୍ସବରେ ସମ୍ମାନିତ କରିବା ପାଇଁ ଦେଶ ଓ ରାଜ୍ୟରେ ନାମକରିଥିବା ବ୍ୟକ୍ତି ବିଶେଷଙ୍କ ଚିହ୍ନଟ କରି ପ୍ରତି ବ୍ଳକରୁ ଦୁଇଜଣଙ୍କ ନାମ ମହୋତ୍ସବ କମିଟିକୁ ପ୍ରେରଣ କରିବା ପାଇଁ ବିଡିଓ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଜାତୀୟ କରଣ ବ୍ୟାଙ୍କ ଗୁଡିକ ଜନସାଧାରଙ୍କୁ କୃଷି, ମାଛ ଚାଷ, କୁକୁଡା ଚାଷ ପ୍ରଭୃତି ପାଇଁ ରୁଣ ପ୍ରଦାନ କରୁନଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ ।ନୂତନ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୬ଟିକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ଅଧିକାରୀମାନେ ଜିଲ୍ଲା ଗସ୍ତ କରିବାକୁ ଗୁରୁତ୍ୱାରୋପ କରିଥିଲେ ।

ବୈଠକରେ ଅମୃତ ସରୋଜନ କାର୍ଯ୍ୟ ଅଗଷ୍ଟ ୧୫ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଡିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବେବନ୍ଦୋବସ୍ତ, କଲେଜ ଗୁଡିକୁ ଜମି ପଟା ବଣ୍ଟନ ଓ ଜମିଜମା ସମ୍ବନ୍ଧିୟ ମୋକଦମା ଗୁଡିକ ଶୀଘ୍ର ଫଇସଲା ପାଇଁ ଉପଜିଲ୍ଲାପାଳ ଓ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ । କରୋନାର ନୂଆ ଭାରିଆଂଟ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରିକସନ କୋଭିଡ ଟୀକା ନେବା ପାଇଁ ଆଗେଇ ଆସିବାକୁ ଓ କୋଭିଡ ଗାଇଡ ଲାଇନର ଅନୁପାଳନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାଶ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ନିଷ୍ଠାପର ଭାବେ ଉଚିତ ସେବା ଯୋଗାଇ ଦେବାକୁ ସେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀମାନେ କୋଭିଡ ଟେଷ୍ଟିଂ ଓ ଟୀକାକରଣକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଭିଡିଓ କନଫରେନ୍ସିଂ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ, ଡିପିଏମ, ଏନଏଚଏମ ସୋନାଲୀ ପ୍ରିୟଦର୍ଶିନୀ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ତହସିଲଦାର ଅନୁପମା ମୁର୍ମୁ, ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରି ଶ୍ରୀମତୀ ସୌଦାମିନୀ ସାହୁ, ଡିଏସଏସଓ ଶୁଭେନ୍ଦୁ କୁମାର ଖୁଣ୍ଟିଆ, ଆପାତକାଳିନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

twenty + thirteen =