ପୂର୍ତ୍ତ ମନ୍ତ୍ରୀଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜଣାଇଲେ ଢେଙ୍କାନାଳ ବିଜୁ ଜନତା ଦଳ !

ଢେଙ୍କାନାଳ : କାମାକ୍ଷାନଗର ବିଧାୟକ ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ବେଳେ ପୂନର୍ବାର ମନ୍ତ୍ରୀ ପଦ ମିଳିଥିବାରୁ ଢେଙ୍କାନାଳ ବିଜୁ ଜନତା ଦଳ ତରଫରୁ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଉତ୍କଳ ଆଜବେଷ୍ଟସ କାରଖାନା ପାଖରୁ ବାହାରି ସହର ପରିକ୍ରମା କରି ବାଜିଚୌକ ଠାରେ ସର୍ବ କନିଷ୍ଠ ସହୀଦ ବାଜିରାଉତଙ୍କ ପ୍ରତିମୁର୍ତୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ମାଲ୍ୟାପଣ ପ୍ରଦାନ କରିଥିଲେ ।

ପରେ ପାର୍ଟି କାର୍ଯ୍ୟାଳୟ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ବିଶ୍ୱାସ ରଖି ପୂନର୍ବାର ମନ୍ତ୍ରୀ ପଦ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓଡିଶାର ବିକାଶ ପାଇଁ ଯେଉଁ ସ୍ୱପ୍ନ ଦେଖୁଛନ୍ତି ଦଳମତ ନିର୍ବିଶେଷରେ ସାକାର କରିବାକୁ ବଦ୍ଧ ପରିକର ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ ।

ଏଥି ସହିତ ଢେଙ୍କାନାଳ ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବା ପାଇଁ ସମସ୍ତଙ୍କର ସହଯୋଗତାର ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ପରେ ଗଣେଶ ବଜାର ସ୍ଥିତ ନୂତନ ବିଜୁ ପଟ୍ଟନାୟକ ମାର୍କେଟ କମ୍ପେ୍ଲକ୍ସ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିୁମୁର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ, ସଦର ବ୍ଳକ ଅଧ୍ୟକ୍ଷା ରାଜଶ୍ରୀ ନାୟକ, କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା, ହିନ୍ଦୋଳ ବ୍ଲକ ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ପୌର ପରିଷଦ ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖଙ୍କ ସହ ବିଜେଡିର ବହୁ କାଉନସିଲର ସାମିଲ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ସଦର ବ୍ଲକ ଅନ୍ତର୍ଗତ ୯ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକର୍ତାଙ୍କ ସହ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁରଜ ମହାପାତ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.

eleven + 14 =