ସେବା ସମବାୟ ସମିତି ନିର୍ବାଚନରେ ଅନିୟମିତତା :ସଦର ବ୍ଳକ ତରଭା ସେବା ସମବାୟ ସମିତିରେ ତାଲା ପକାଇଦେଲେ ଲୋକେ !

ଢ଼େଙ୍କାନାଳ : ସଦର ବ୍ଳକ ଅଧିନରେ ଥିବା ତରଭା ପ୍ରାଥମିକ ସେବା ସମବାୟ ସମିତିର ନିର୍ବାଚନ ନେଇ ଉତେଜନା ପ୍ରକାଶ ପାଇଛି ।

ଏପରିକି ଏହି ସମବାୟ ସମିତି କାର୍ଯୟାଳୟରେ କିଛି ଲୋକ ତାଲା ପକାଇ ଦେଇଛନ୍ତି । ଫଳରେ ସମବାୟ ନିର୍ବାଚନ ପାଇଁ ଆଜି ହେବାକୁ ଥିବା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ବ୍ୟାଘାତ ସୃଷ୍ଟି ହୋଇଛି । ସମବାୟ ନିର୍ବଚନ ପାଇଁ ନାମାଙ୍କନ ପତ୍ର ଦାକଲ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଭୋଟର ତାଲିକାରେ ଅନିୟମିତତା ଉଠାଇଛନ୍ତି ସ୍ଥାନୀୟ ଲୋକେ ।

ଏହାର ପ୍ରତିବାଦରେ କିଛି ଲୋକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ଆଜି ସମବାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବାର ଥିଲା କିନ୍ତୁ ସମବାୟ ସମିତିର ସଦସ୍ୟ ତାଲିକରେ ତୃଟି ଅଭିଯୋଗ କରି କିଛି ଲୋକ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ବିକ୍ଷୋଭ କରିଛନ୍ତି । ଫଳରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ କାର୍ଯ୍ୟାଳୟ ଭିତରକୁ ପଶିପାରିନଥିଲେ । କାର୍ଯ୍ୟାଳୟରେ ତାଲା ଯୋଗୁ କେହି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିପାରି ନାହାନ୍ତି । ଫଳରେ ଏହି ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାପା ଉତେଜନା ପ୍ରକାଶ ପାଇଛି ।

ତେବେ ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଅଧିକାରୀ ପୋଲିସ ଓ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଅବଗତ କରାଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

five × 5 =