ଢ଼େଙ୍କାନାଳ :ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନାରେ ବିଶ୍ୱ ପରିବେଶ ଦିବସ ୨୦୨୨ପାଳିତ ହୋଇଯାଇଛି ।
ଏହି ଅବସରରେ ସପ୍ତାହବ୍ୟାପୀ ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କମ୍ପାନୀ ପକ୍ଷରୁ ଜୁନ୍ ମାସକୁ ଦୀର୍ଘସ୍ଥାୟିତ୍ୱ ମାସ ରୂପେ ପାଳନ କରାଯିବା ସହିତ ଏହିଭଳି ଅନୁରୂପ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ।ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ “କେବଳ ଗୋଟିଏ ପୃଥିବୀ” କୁ କେନ୍ଦ୍ରିତ କରି ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନଙ୍କ ମଧ୍ୟରେ ସ୍ଲୋଗାନ୍, କବିତା ଓ ପୋଷ୍ଟର ପ୍ରତିଯୋଗିତା ଓ ମେରାମଣ୍ଡଳୀସ୍ଥିତ ଆବାସିକ କଲୋନୀରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମଗୁଡିକୁ କାରଖାନା ମଧ୍ୟରେ ସୀମିତ ନ ରଖି ସ୍ଥାନୀୟ ବାସିନ୍ଦାମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା । କାରଖାନା ପାଶ୍ୱର୍ବର୍ତୀ କୁରୁଂଟି ଓ ଖଲିବେରଣା ଗ୍ରାମର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଏଥିରେ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ମେରାମଣ୍ଡଳୀ ଆବାସିକ କଲୋନୀରେ ରହୁଥିବା କର୍ମଚାରୀମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜୁନ୍ ୩ ତାରିଖରେ “ଗ୍ରୀନାଥନ୍” ୱାକ୍ ର ଆୟୋଜନ କରାଯାଇଥିଲା ।
ଟାଟା ଷ୍ଟିଲ ମେରାମଣ୍ଡଳୀର ଆଇରନ୍ ମେକିଂ ବିଭାଗ ଚିଫ୍ ଅମିତ କୁମାର ସିଂହ ଏବଂ ଟାଟା ଷ୍ଟିଲର ସହଯୋଗୀ ସଂସ୍ଥା ଅନୁଗୋଳ ଏନର୍ଜି ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ସୈଲେଶ ବର୍ମା ମିଳିତ ଭାବେ ପତାକା ଦେଖାଇ ଗ୍ରୀନାଥନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଗ୍ରୀନାଥନ୍ ସମୟରେ ପ୍ରତିଯୋଗୀମାନେ ପରିବେଶ ସଂରକ୍ଷଣ ସମ୍ପର୍କିତ ସ୍ଲୋଗାନ୍ ଉଚ୍ଚାରଣ କରିଥିଲେ । ୧୦୦ରୁ ଊର୍ଦ୍ଧ୍ୱ ବାସିନ୍ଦା ଏହି ଗ୍ରୀନାଥନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ ପ୍ରଦ୍ୟୁଷଣ ନିୟବଣ ବୋର୍ଡ଼ (ଏସ୍ପିସିବି) ର ଅନୁଗୋଳ ଆଂଚଳିକ କାର୍ଯ୍ୟାଳୟ ସହଭାଗିତାରେ କଲୋନୀରେ ଏକ ପରିବେଶ ସଚେତନତା ଅଧିବେସନର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ପ୍ରଦ୍ୟୁଷଣ ନିୟବଣ ବୋର୍ଡ଼ (ଏସ୍ପିସିବି) ର ଆଂଚଳିକ ଅଧିକାରୀ ଡଃ ଅନୁପ ମଲ୍ଲିକ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ଲାଷ୍ଟିକ୍ ପରିଚାଳନା ଉପରେ କିଛି ତଥ୍ୟ ଉପସ୍ଥାପନ କରିଥିଲେ । ରାଜ୍ୟ ପ୍ରଦ୍ୟୁଷଣ ନିୟବଣ ବୋର୍ଡ଼ (ଏସ୍ପିସିବି)ର ସହକାରୀ ଯନ୍ତ୍ରୀ ଚନ୍ଦ୍ର ଶେଖର ଚୌହ୍ୱାନ୍ ବାୟୁ ପରିଚାଳନା ଉପରେ କିଛି ତଥ୍ୟ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ଟାଟା ଷ୍ଟିଲ ମେରାମଣ୍ଡଳୀର ସେୟାର୍ଡ ସର୍ଭିସେସ୍ ବିଭାଗ ଚିଫ୍ ବେଦ ପ୍ରକାଶ ଠାକୁର, କୋକ୍ ଓଭନ୍-୨ ବିଭାଗ ଚିଫ୍ ଅମର ବାଉଂଟ୍ରା ଏବଂ କୋକ୍ ଓଭନ୍-୧ ବିଭାଗଚିଫ୍ ବିରେନ୍ଦ୍ର ସିଂହଙ୍କ ସହିତ ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କାରଖାନା ପରିସରରେ ଏକ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସେହିପରି ବିଭିନ୍ନ ବିଭାଗ ପକ୍ଷରୁ କାରଖାନାର ବିଭିନ୍ନ ସ୍ଥାନଗୁଡ଼ିକରେ ମଧ୍ୟ ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ୭୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା ।