ବଳଦିଆବନ୍ଧ ପଞ୍ଚାୟତ ପ୍ରଗତି ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ !

ଢେଙ୍କାନାଳ : ବଳଦିଆବନ୍ଧ ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ପଞ୍ଚାୟତ ପ୍ରଗତି ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ହେଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ କି, ସୁସ୍ଥ ପରିବେଶ ଗଢିବା ଓ ଜଳସ୍ତରକୁ ସୁରକ୍ଷା ଦେବାକୁ ହେଲେ ସମସ୍ତ ଘରବାଡିରେ ଗଛ ଲଗାଇବା ପାଇଁ ପଡିବ । ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ୪ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଦୀପ୍ତିମୟୀ ଜେନା, ବଳଦିଆବନ୍ଧ ସରପଂଚ ଶ୍ରୀମତୀ ନିରୁପମା ହାତୀ, ନାଏବ ସରପଂଚ ମଞ୍ଜୁବାଳା ସାମଲ, ଗୋବିନ୍ଦପୁର ସରପଂଚ ଅରୁଣ କୁମାର ପରିଡା, “ଇଶୋ ‘ ସାମାଜିକ ଅନୁଷ୍ଠାନର ସମ୍ପାଦିକା ପୁଷ୍ପାଞ୍ଜଳି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


କାର୍ଯ୍ୟକ୍ରମରେ ପଂଚାୟତ ପ୍ରଗତି ପରିଷଦର ସଭାପତି ସଂକର୍ଷଣ ଜେନା ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ଜେନା କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ସମାପ୍ତ ହେବାପରେ ସାଂସଦ ଶ୍ରୀ ସାହୁ ପଞ୍ଚାୟତ ପରିସର, ପାଇକଦହିକୋର ସ୍ଥିତ ଗ୍ରୀନ୍ ପାର୍କ ଏବଂ ପଞ୍ଚାୟତର ବିଭିନ୍ନ ଜାଗାରେ ବୃକ୍ଷ ରୋପଣ କରିବା ସହ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ସାଇକେଲ୍ ଶୋଭାଯାତ୍ରାରେ ବାହାରି ବଳଦିଆବନ୍ଧ ଏବଂ ପାଇକଦହିକୋର ଗ୍ରାମ ପର୍ଯ୍ୟନ୍ତ ପରିବେଶ ସଚେତନତା ରାଲି କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ପରିଷଦର ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ବୁଦ୍ଧିଜିବୀ ସହୋଯାଗ କରିଥିବା ବେଳେ ଅନୁଷ୍ଠାନର ଆବାହକ ତଥା ଯୁବ ସମାଜସେବୀ ବିଜ୍ଞାନ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

11 − nine =