ଭୁବନ ରାମ ମନ୍ଦିରରେ ଆଶୀର୍ବାଦ ଅନୁଷ୍ଠାନ ତରଫରୁ ରାମଲୀଳା ପରିବେଷଣ !

ଢ଼େଙ୍କାନାଳ: ଭୁବନ ରାମ ମନ୍ଦିର ପରିସର ରେ ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ଓ ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ମିଳିତ ସହଯୋଗରେ ସମ୍ପୂର୍ଣ୍ଣ ରାମାୟଣ (ରାମଲୀଳା) ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।

ଏହି କାର୍ଯ୍ୟକ୍ରମ ରେ ଭୁବନ ଏନ୍. ଏ. ସି.ର ପୌରାଧ୍ୟକ୍ଷ ଶୁଭେନ୍ଦୁ ସାହୁ ମୁଖ୍ୟ ଅତିଥି, ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ସମ୍ପାଦକ ମାତୃ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା, ଢେଙ୍କାନାଳ ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ସାଗରିକା ମିଶ୍ର ଓ ଭୁବନ ପ୍ରଜାପିତା ବ୍ରହ୍ମକୁମାରୀ ସଂଗଠନର ପରିଚାରିକା ପି. କେ. ବିଜୟା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୌରାଣିକ କଥାବସ୍ତୁ ର ପ୍ରଚାର ପ୍ରସାର କୁ ସ୍ବାଗତ ଜଣାଇ ଆଶୀର୍ବାଦ ଅନୁଷ୍ଠାନକୁ ପ୍ରଶଂସା ପ୍ରଦାନ କରିଥିଲେ ଓ ଏହିଭଳି କାର୍ଯ୍ୟକ୍ରମ ଆଗକୁ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଆଶୀର୍ବାଦ ଅନୁଷ୍ଠାନର ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶତାଧିକ ଦର୍ଶକ ଯୋଗଦେଇ ରାମଲୀଳା ଉପଭୋଗ କରିଥିଲେ। ପୂର୍ଣାନନ୍ଦ ମିଶ୍ର ପ୍ରଖ୍ୟାତ ପାଲାଗାୟକ ତଥା ବିବେକାନନ୍ଦ ବିଦ୍ୟାଳୟର ଅଧ୍ୟକ୍ଷ ଏହି ପୌରାଣିକ କାର୍ଯ୍ୟକ୍ରମକୁ ତାଙ୍କର ସହଯୋଗୀ ତଥା ବ୍ରହ୍ମକୁମାରୀ ସଂଗଠନର ଅନେକ ଶିଶୁ କଳାକାରମାନଙ୍କୁ ନେଇ ସମ୍ପୂର୍ଣ୍ଣ ରାମାୟଣ (ରାମଲୀଳା) ପରିବେଷଣ କରି ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଆଶୀର୍ବାଦ ଅନୁଷ୍ଠାନର କୋଷାଧ୍ୟକ୍ଷ ସରୋଜ କୁମାର ପୃଷ୍ଟି ତଥା ସଭ୍ୟ ସୌମ୍ୟରଞ୍ଜନ ଦାସ, ଲକ୍ଷ୍ମୀଧର ସେନ ଓ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।

ସ୍ଥାନୀୟ ଭାରତ ଗ୍ୟାସ୍ ର ମାଲିକ ମନୋରଞ୍ଜନ ପତି ଓ ରାମ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭ୍ୟମାନେ ତଥା ଶ୍ରେୟା ଅନୁଷ୍ଠାନର ସମ୍ପାଦକ ଜ୍ଯୋତିରଞ୍ଜନ ମହାରଣା ସହଯୋଗ କରିଥିଲେ। ଶେଷରେ ରାଇଜ ଅନୁଷ୍ଠାନର ସମ୍ପାଦକ ସତ୍ୟ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

4 − 4 =