ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ହିନ୍ଦୋଳ ପୋଲିସ ଏସଡିପିଓ। ହିନ୍ଦୋଳ ଏସଡିପିଓ ମଳୟ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ତିରିଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ। ହିନ୍ଦୋଳ କାରନ୍ଦା ଅଞ୍ଚଳର ଜନୈକ ପଥରଖଣି ମାଲିକଙ୍କ ନିକଟରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏସଡିପିଓ ମଳୟ ନାୟକ।
ସୂଚନା ମୁତାବକ ପଥର ପରିବହନ ବାବଦରେ ପାସ କରାଇଦେବାକୁ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ଦଳ ଖବରପାଇ ରେଡ ହ୍ୟାଣ୍ଡ ଧରିବା ରେ ସଫଳ ହୋଇଥିଲେ। ତେବେ ଆଗରୁ ଏସଡିପିଓ ଏପରି କେତେ ଅସାଧୁ କାର୍ଯ୍ୟରେ ନିୟୋଜିତ ରହି ଥିବା ସେ ନେଇ ଭିଜିଲାନ୍ସ ତଦନ୍ତ କରୁଛି ।