ଭାପୁର; ତପୋବନ ଆଶ୍ରମ ଓ ଓ ବିମଳିନୀ କ୍ଲ୍କିନ୍ ଫୁଏଲସ୍ ପ୍ରା ଲିଃ ଅନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବର ଅନୁଷ୍ଠିତ !
ଢେଙ୍କାନାଳ : ଭାପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆୟୋଜକ ତପୋବନ ଆଶ୍ରମ (ମୁକାମେଶ୍ଵର,କଟକ) ଓ ବିମଳିନୀ କ୍ଲ୍କିନ୍ ଫୁଏଲସ୍ ପ୍ରା ଲିଃ ଢେଙ୍କାନାଳ ଅନୁକୁଲ୍ୟରେ ଏବଂ ଭାପୁର ଗ୍ରାମପ଼ଞ୍ଚାୟତର ସହଯୋଗରେ ଏହି ଶିବିରଟି ଅନୁଷ୍ଠିତ ହୋଇଥିଲା |
ଏହି ସ୍ୱାସ୍ଥ୍ୟ ଶିବରକୁ ମୁଖ୍ୟ ଅତିଥି ଭାବରେ ଟଙ୍କଧର ବେହେରା , ଢେଙ୍କାନାଳ ବାର ଆସୋସିଏସନ ସେକ୍ରେଟେରି, ଇନ୍ଦୁମତି ଭଟ,ସରପଞ୍ଚ, ଭାପୁର, ଆଶ୍ରମର ମୁଖ୍ୟ ସଙ୍ଗଠକ ସ୍ବାମୀ ବିଶ୍ଵଆତ୍ମାନନ୍ଦ ଗିରି ପ୍ରଜ୍ବଳନ କରି ଏହି ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ |
ଏହି ଅନୁଷ୍ଠାନରେ କଟକ ଏସ୍. ସି .ବି. ର ବରିଷ୍ଠ ଡାକ୍ତର ଶୁଭ୍ରାଂଶୁ ଶେଖର ଲେଙ୍କା, ଡାକ୍ତର ସୁଜିତ ପରିଡା, ଡାକ୍ତର ରତିକାନ୍ତ ମହଲାସ ଉପସ୍ଥିତ ରହି ରୋଗୀ ମାନଙ୍କୁ ଚିକିତ୍ସା କରିଥିଲେ |
ଆଶ୍ରମର କୃଷ୍ଣ ଶତପଥୀ, ସର ଟୁଡୁ, ଦିଲ୍ଲୀପ ପରିଡା,କାର୍ତ୍ତିକ ମଲ୍ଲିକ, ରାଜିବ ପତି ଓ ଅଶୋକ ମହାପାତ୍ର ପରିପରିଚାଳନା କରିଥିଲେ | ଶ୍ରୀମାରାଣି ଶତପଥୀ, ଦିନେଶ ପ୍ରସାଦ ନନ୍ଦ ବିମଳିନୀ କ୍ଲ୍କିନ୍ ଫୁଏଲସ୍ ପ୍ରା ଲିଃ ଢେଙ୍କାନାଳ, ଧର୍ମେନ୍ଦ୍ର ଭାଟ ଭାପୁର ଗ୍ରାମପ଼ଞ୍ଚାୟତ ତରଫରୁ ସହଯୋଗ କରିଥିଲେ |
ଏହି ସ୍ୱାସ୍ଥ୍ୟ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜର ମଙ୍ଗଳ, ଲୋକଙ୍କ ବିକାଶ ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏହି ସ୍ୱାସ୍ଥ୍ୟ ଶିବିରଟି ଅନୁଷ୍ଠିତ ହୋଇଥିଲା ।
ଏହି ଶିବିରରେ ଶତାଧିକ ସ୍ଥାନୀୟ ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା |