ଢେଙ୍କାନାଳ : ପରଜଙ୍ଗ ଥାନା ୫୩ନମ୍ବର ଜାତୀୟ ରାଜପଥର ବଡଝରl ଗାଁ ନୂଆ ସାହି ନିକଟରେ ଓଲଟିଲା ଶ୍ରମିକ ବୋଝେଇ ଟ୍ରକ।
ସୂଚନା ମୁତାବକ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ରେ ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଯାଇଥିଲା ତେବେ ୫ଜଣ ଗୁରୁତର ଙ୍କ ଅବସ୍ଥା ଶଙ୍କଟlପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନ୍ତାରିତ କରାଯାଇଛି । ସମସ୍ତ ଶ୍ରମିକ ମାନେ ସୁକିନ୍ଦା ଅନୁଗୁଳ ନୂତନ ରେଳପଥ ରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରକସନ କମ୍ପାନୀ ର ହୋଇଥିବା ବେଳେ ଅଣ ଓଡ଼ିଆ ଶ୍ରମିକ ହୋଇଥିବା ସୂଚନା ମିଳିଛି।
ମୁକ୍ତାପସୀ ରୁ ରେଲୱେୟ କାର୍ଯ୍ୟ ସାରି କମଳାଙ୍ଗ ଗାଁ ସ୍ଥିତ ରେଲୱେ ପ୍ରୋଜେକ୍ଟ କୁ ଯାଉଥିବାବେଳେ ବଡ଼ଝରା ନିକଟରେ ଭlରଶ୍ୟାମ ହରାଇ ରାସ୍ତା ରେ ଭାରସାମ୍ଯ ହରାଇ ଓଲଟି ପଡିଥିଲା ଟ୍ରକ । ତେବେ ମଦ୍ୟପ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନ ଯୋଗୁଁ ଦ୍ରୁଘଟଣା ଘଟିଥିବା ଶ୍ରମିକ ମାନେ ପ୍ରକାଶ କରିଛନ୍ତି ।
କିପରି ଏବଂ କେଉଁ ପରିସ୍ଥିତି ରେ ସମୃକ୍ତ ଠିକା ଶସ୍ଥା ବିନା ସୁରକ୍ଷାରେ ଶ୍ରମିକ ମାନଙ୍କୁ ଟ୍ରକ ରେ ନେଇ ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହୋଇଛି ।