ସାବିତ୍ରୀ ପାଇଁ ଫଳ ବଜାର ରେ ନିଆଁ !

ଢ଼େଙ୍କାନାଳ : ରାତି ପାହିଲେ ସାବିତ୍ରୀ ବ୍ରତ ହେଲେ ଫଳ ବଜାର ରେ ନିଆଁ । ନହେଲେ ନ ଚଳେ ବଜାରରେ ନାହିଁ ନଥିବା ଭିଡ଼ ।

ସହର ସ୍ଥିତ ରଥଗଡା,କୁଞ୍ଜକାନ୍ତ, ବାଜି ଚୌକି ଆଦି ବିଭିନ୍ନ ସ୍ଥାନରେ ସ୍ଥାୟୀ ଅସ୍ଥାୟୀ ଫଳ ବଜାର ରେ ଦୋକାନୀ ମାନେ ବେବସାୟ କୁ ଆଖି ଆଗରେ ରଖି ଫଳର ପସରା ମେଲେଇଛନ୍ତି ଦୋକାନ ଆଗରେ ବିଭିନ୍ନ ଫଳ ମୂଳ ରଖି । ଫଳ ମୂଳ ସାଙ୍ଗକୁ କାଠ ପାନିଆ ମାଳି ଶଙ୍ଖ, ବ୍ରତ ଓ କାଠ କଣ୍ଢେଇ ର ପସରା ମେଲେଇଛନ୍ତି ।

ହେଲେ ଫଳ ଦର ଆକାଶ ଛୁଆଁ ଆମ୍ବ କିଲୋ ୧୫୦ଟଙ୍କା ପାର କରିଥିବା ବେଳେ ସେଓ କିଲୋ ୨୦୦ଟଙ୍କା ଉପରେ ରହିଛି, ଲିଚୁ କିଲୋ ପିଛା ୧୫୦ଟଙ୍କା ରହିଥିବା ବେଳେ କମଳା,ଅନାର ଓ ଅଙ୍ଗୁରୁ କଥା ନ କହିବା ଭଲ ପଣସ ଓ ସପୁରି ଦରରେ ହାତ ମାରି ହେଉନି ।

ହେଲେ ସାବିତ୍ରୀ ପାଇଁ ଲୋକମାନେ କିଲେ ଜାଗାରେ ଅଧ କିଲେ ଓ ଆଉ କେହି ଅଢେଇସହ କିଣି କାମ ଚଳାଇବା ପାଇଁ ବାଧ୍ୟ ହେଉଥିବା ବେଳେ ନୂଆ କରି ପ୍ରଥମ ସାବିତ୍ରୀ ଭାର ନିଶ୍ଚିତ ରୂପେ ପକେଟ ଉପରେ ଭାରି ପଡୁଛି ।

Leave A Reply

Your email address will not be published.

15 − 5 =