ଲିଡ ବ୍ୟାଙ୍କ ପକ୍ଷରୁ ଜିଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ : ଅଗ୍ରାଧିକାର ଭିତିରେ ଶିକ୍ଷା ଋଣ ପ୍ରଦାନ ପାଇଁ ପରାମର୍ଶ !

ଢେଙ୍କାନାଳ : ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଲିଡ ବ୍ୟାଙ୍କ ଅଫିସ ପକ୍ଷରୁ ଜିଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଶିକ୍ଷାର ବିକାଶ ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଅଗ୍ରାଧିକାର ଭିତରେ ଋଣ ପ୍ରଦାନ କରିବାକୁ ଜିଲାପାଳ ବ୍ୟାଙ୍କସ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଆତ୍ମନିର୍ଭରଶୀଳ ହୋଇ ସ୍ୱ-ରୋଜଗାର ବୃଦ୍ଧି ନିମନ୍ତେ ଯୁବକ/ଯୁବତୀମାନଙ୍କୁ ମଧ୍ୟ ଆବଶ୍ୟକ ଋଣ ପ୍ରଦାନ କରିବାକୁ ଆଗେଇ ଆସିବାକୁ ବ୍ୟାଙ୍କର୍ସମାନଙ୍କୁ କହିଛନ୍ତି ।

ଗରିବ ଲୋକମାନଙ୍କର ଜୀବନ-ଜୀବିକା ଉପରେ ଗୁରୁତ୍ୱ ଦେଇ ସେମାନଙ୍କୁ ବିଭିନ୍ନ ଚାଷ କାର୍ଯ୍ୟ, ମାଛ ଚାଷ, କୁକୁଡ଼ା ପାଳନ, ଛେଳି ଚାଷ, ଛତୁ ଚାଷ, ଗୋ-ପାଳନ ଆଦି ନିମନ୍ତେ ଅଧିକରୁ ଅଧିକ ଋଣ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି । ଗ୍ରାମ୍ୟ ଆତ୍ମ ନିଯୁକ୍ତି ଉପରେ ଅଧିକ ପ୍ରାଧାନ୍ୟ ଦେବା, ଗ୍ରାମାଞ୍ଚଳ ରେ ବିଭିନ୍ନ ଉତ୍ପାଦନ ଓ ଏହାର ମାର୍କେଟିଂ କୁ ବ୍ୟବସ୍ଥିତ କରାଯାଉଛି ବୋଲି ଆଲୋଚନା ହୋଇଥିଲା ।

ଚଳିତ ଆର୍ଥିକ ବର୍ଷର ଆତ୍ମ ନିଯୁକ୍ତି ଯୋଜନାରେ ଜିଲାର ୫୩୮ ଜଣଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ମଧ୍ୟରୁ ୩୨୯ ଜଣଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରାଯାଇ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି । ଜିଲାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ନଥିବା ଅଂଚଳରେ ବ୍ୟାଙ୍କ ଖୋଲାଯାଇ ବ୍ୟାଙ୍କିଙ୍ଗ ସୁବିଧା ପ୍ରଦାନ କରାଯିବ ବୋଲି ୟୁକୋ ବ୍ୟାଙ୍କ, ଲିଡ ଡ଼ିଷ୍ଟ୍ରିକ୍ଟ ମ୍ୟାନେଜର ସନୋଜ କୁମାର ସିଂ ପ୍ରକାଶ କରିଛନ୍ତି ।

ଜିଲ୍ଲାର ସର୍ବାଙ୍ଗିନ ବିକାଶ ନିମନ୍ତେ ସମସ୍ତ ପ୍ରକାର ଋଣ ପ୍ରଦାନ କରାଯାଉଛି ଏବଂ କୃଷି ଭିତି ଭୂମିର ବିକାଶ ନିମନ୍ତେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ । ଏହି ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପାଧ୍ୟକ୍ଷା ବିଳାସିନୀ ସେଠୀ, ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ସମେତ ସମସ୍ତ ବ୍ୟାଙ୍କର୍ସ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

17 + 18 =