ଢ଼େଙ୍କାନାଳ : ଓଡ଼ପଡ଼ା ବ୍ଲକ ର ଚାଇଁପୁର୍ ଗ୍ରାମରେ ଥିବା ମଣୀ ଦେବୀ ହାଇସ୍କୁଲ୍ ରେ ୫-ଟି କାମ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି ।
ସୂଚନା ମୁତାବକ ମଣୀ ଦେବୀ ହାଇସ୍କୁଲ୍ ରେ ୫-ଟି କାମ ଏଭଳି ହୋଇଛି ଉନ୍ନତମାନର ହୋଇଛି ଯେ ଦ୍ୱିତୀୟ ବାର ପାଚେରୀ କାନ୍ଥ ଭୁଶୁଡ଼ି ପଡ଼ିଛି ଅର୍ଥାତ୍ ପୂର୍ବରୁ ଥରେ ଭୁଷୁଡି ପଡ଼ିଥିଲା। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ବାରମ୍ବାର ଏପରି ହେଉଥିବାର ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।
ଭବିଷ୍ୟତରେ ଛାତ୍ର ଛାତ୍ରୀ ମାନଙ୍କର ଜୀବନ ପ୍ରତି ବିପଦ ସାବ୍ୟସ୍ତ ହେବା ଅସମ୍ଭବ ନୁହେଁ। ରାଜ୍ୟ ସରକାର ଠିକାଦାର ପୋଷିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ଯର ତଦାରଖ କରି ଏବଂ ଛାତ୍ର ଛାତ୍ରୀ ଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀମାନେ ଦାବି କରୁଛନ୍ତି।
ସୂଚନା ଥାଉକି ଯେ ୫-ଟି କାର୍ଯ୍ୟକ୍ରମ ଦ୍ବାରା ଏହି ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରାୟ ୩୬ ଲକ୍ଷ୍ୟ ଅନୁଦାନ ମଞ୍ଜୁର ହୋଇ ଥିବା ଜଣାପଡ଼ିଛି।