ଆମେଚର ତାଇକୋଣ୍ଡୋ ପକ୍ଷରୁ ୮ମ ଗ୍ରୀଷ୍ମକାଳୀନ ନିଶୁକ୍ଳ ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନର ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ଢେଙ୍କାନାଳ ସହରର ତହସିଲ କାର୍ଯ୍ୟଳୟ ସମ୍ମୁଖ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୮ ଦିନିଆ ନିଶୁଳ୍କ ଗ୍ରୀଷ୍ମକାଳୀନ ଶିବିର ଓ ମହିଳା ଆତ୍ମରକ୍ଷା କର୍ମଶାଳା ଉଦଘାଟିତ ହୋଇଯାଇଛି ।

ଏହି ଶିବିରକୁ ଢେଙ୍କାନାଳ ପୌର ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର ଉଦ୍ଘାଟନ କରିଥିବା ବେଳେ ଏଥିରେ ଯୋଗଗୁରୁ ପ୍ରଳୟ କୁମାର ଦାସ, ସମାଜସେବୀ ବରଦା ପ୍ରସାଦ ନନ୍ଦ, ଶକ୍ତି ବାହିନୀର ସମ୍ପାଦିକା ସୁଶ୍ରୀ ସିବାନୀ ସାମଲ, ଅଭିଭାବକ ସଂଘର ସଂଯୋଜକ ରୁଦ୍ରନାରାୟଣ ଶତପଥୀ ଓ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଉପସ୍ଥିତ ରହିଥିଲେ ।

ଉକ୍ତ ଶିବିରରେ କ୍ରୀଡ଼ା ସହ କଳା ଓ ସଂସ୍କୃତିର ଉର୍ଣ୍ଣତି ପାଇଁ ଯୋଗ ଦେଇଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ଆତ୍ମରକ୍ଷା କୌଶଳ, ଶାରୀରିକ ବାୟାମ୍‌, ଯୋଗ, ତାଇକୋଣ୍ଡୋ, ସ୍କେଟିଙ୍ଗ୍‌, ଚିତ୍ରାଙ୍କନ, ରଙ୍ଗୋଲି, ବକୃତା, ଅଭିନୟ, ନୃତ୍ୟ, ସଙ୍ଗୀତ, ଦକ୍ଷତା ବିକାଶ ଓ ମାନସିକ ବିକାଶ ପାଇଁ ବିଭିନ୍ନ ପ୍ରଶିକ୍ଷକଙ୍କ ଦ୍ୱାରା ସ୍ୱତନ୍ତ୍ର ଶ୍ରେଣୀରେ ଶିକ୍ଷା ପ୍ରଦାନ କରାଯିବ ବୋଲି ଆସୋସିଏସନର ସମ୍ପାଦକ ଶ୍ରୀ ସାହୁ ମତ ପ୍ରକାଶ କରିଛନ୍ତି ।

ଏହି ଶିବିରରେ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି, ଉକ୍ତ ଶିବିର ଟି ଚଳିତ ମାସ ୨୯ ତାରିଖରେ ଶେଷ ହେବ ଏଥିରେ କୃତିତ୍ୱ ହାସଲ କରିବା ଛାତ୍ରଛାତ୍ରୀମାନଙ୍କୁ ଶେଷରେ ପୁରସ୍କୃତ କରାଯିବ । ପ୍ରଥମ ଦିନରେ ଯୋଗ, ମହିଳା ଆତ୍ମରକ୍ଷା କୌଶଳ, ବାୟାମ୍ ଓ ତାଇକୋଣ୍ଡୋ କୌଶଳ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି ଶିବିରରେ ପ୍ରଶିକ୍ଷକ ଇନ୍ଦ୍ରଜିତ ସାହୁ, ପ୍ରତାପ ନାଏକ, ରବିନ୍ଦ୍ର ପରିଡ଼ା ଓ ଅନ୍ୟାନ୍ୟ ସହ ପ୍ରଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

ten − 2 =