ଢେଙ୍କାନାଳ : ଗଁଦିଆ ବ୍ଲକ ଅଧୀନରେ ଥିବା ରାଧାଦେଇପୁର ଏବଂ ଲତାଦେଇପୁରଗ୍ରାମରୁ କାଲୁରିଆ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଆଜି ଓଡ଼ିଶାର ପୂର୍ତ୍ତ ଖଣି ଓ ଇସ୍ପାତ ମାନ୍ୟବର ମନ୍ତ୍ରି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ କରକମଳରେ ଭିର୍ତ୍ତି ପସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବ୍ରlହ୍ମଣୀ ନଦୀ ଉପରେ ହୋଇଥିବା ସେତୁ ଦ୍ୱାରା ରାଧାଦେଇପୁର ଠାରୁ କାଲୁରିଆ ମଧ୍ୟ ଦେଇ ଭୁବନ ଏବଂ କାମାକ୍ଷାନଗର କୁ ସଂଯୋଗ କରୁଥିବାରୁ ଗଁନ୍ଦିଆ ବ୍ଲକ ରେ ଥିବା ପ୍ରାୟ ୫-ଟି ପଞ୍ଚାୟତ ତଥା ଯୋରନ୍ଦା, କାଲୁରିଆ, ରାଧାଦେଇପୁର, ବନସିଂହ ଏବଂ ଚାଉଳିଆ ର ଜନସାଧାରଣ ମାନଙ୍କର ଖୁବ ଶୀଘ୍ର ଗମନା ଗମନ ର ସୁବିଧା ହୋଇପାରିବ।
ଏହି କାର୍ଯ୍ୟlକ୍ରମ ରେ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ ,ଢେଙ୍କାନାଳ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାଣ, ଜିଲ୍ଲା ପରିଷଦ ଅଧକ୍ଷା ଢେଙ୍କାନାଳ ପଞ୍ଚାୟତ ସମିତି ଅଧକ୍ଷା ରୀନାରାଣୀ ଖଟୁଆ ସନ୍ନମାନୀତି ଅତିଥି ଯୋଗ ଦେଇଥିବାବେଳେ ରାଧାଦେଇପୁର ସରପଞ୍ଚ ଦ୍ରୁବ ଚରଣ ବାରିକ,ରାଧାଦେଇପୁର ସମିତି ସଭ୍ୟା ଗଙ୍ଗାଧର ସେଠି,ଚାଉଳିଆ ସରପଞ୍ଚ ବାବୁଲିଚନ୍ଦ୍ର ରାଉତ ଏବଂ ବିଜେଡି କର୍ମୀ ପ୍ରଦୀପ କୁମାର ପରିଡା, ସୁରେଶ ଜେନା ପ୍ରମୁଖ ଏହି କାର୍ଯ୍ୟlକ୍ରମ ରେ ଉପସ୍ଥିତ ଥିଲେ