ଢେଙ୍କାନାଳ : ଢେଙ୍କାନାଳ-ଅନୁଗୁଳ ରେଳ ଯାତ୍ରୀ ସଂଘ ପକ୍ଷରୁ ରେଳ ଯାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପୂର୍ବତନ ରେଳ ବିଭାଗ ପ୍ରବନ୍ଧକଙ୍କ ସହ ଆଲୋଚନା ହୋଇଛି ।
ଏଥିମଧ୍ୟରେ ଢେଙ୍କାନାଳ ରେଳ ଷ୍ଟେସନ୍ରେ ଦ୍ୱିତୀୟ ଫୁଟ ଓଭର ବ୍ରିଜ, ବାଜିଚୌକ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପ୍ରଭୃତି ଅନ୍ତର୍ଭୁକ୍ତ । ଢେଙ୍କାନାଳ-ଅନୁଗୁଳ ରେଳ ଯାତ୍ରୀ ସଂଘର ଏକ ବୈଠକ ସମୟରେ ଖୋର୍ଦ୍ଧାରୋଡ଼ ରେଲ୍ୱେ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସହିତ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଢେଙ୍କାନାଳ, ଅନୁଗୁଳ ତଥା ତାଳଚେର ରେଳଯାତ୍ରୀଙ୍କର ବହୁ ସମସ୍ୟା ସମ୍ପର୍କରେ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୋଭିଡ଼ ପୂର୍ବର ସ୍ଥିତାବସ୍ଥାକୁ ଫେରାଇ ଆଣିବାକୁ ବିଶେଷକରି ସମସ୍ତ ସାରଣୀ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଢେଙ୍କାନାଳ ରେଲୱେ ଷ୍ଟେସନରେ ଆଉ ଏକ ଫୁଟ ଓଭର ବ୍ରିଜ କରିବା ନିମନ୍ତେ ଅନୁରୋଧ ପୂରଣ କରିବା ନିମନ୍ତେ ପ୍ରବନ୍ଧକ ଶ୍ରୀ ରାୟ ପ୍ରତିଶ୍ରୁତି ଦେଇଥିଲେ ।
ବିଶେଷକରି ବାଜିଚୌକ ଠାରୁ ରେଳଷ୍ଟେସନ ପର୍ଯ୍ୟନ୍ତ ଥିବା ବିପଦ ସଙ୍କୁଳ ରାସ୍ତାକୁ ପୁନଃନିର୍ମାଣ କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ନିମନ୍ତେ ସଂଘର ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଢେଙ୍କାନାଳ ଷ୍ଟେସନରେ ସାଇକେଲ ଷ୍ଟାଣ୍ଡର ଉନ୍ନତିକରଣ ତଥା ଅସ୍ଥାୟୀ ସେଡ ନିର୍ମାଣ ନିମନ୍ତେ ଆଲୋଚନା ହୋଇଥିଲା । ବିଶେଷ କରି ଯାତ୍ରୀମାନଙ୍କର ସବୁପ୍ରକାର ସୁବିଧା ନିମନ୍ତେ ଯଥା ଟ୍ରେନ ଏବଂ ପ୍ଲାଟଫର୍ମ ମାନଙ୍କରେ ଜଳ ଓ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ରେଳ କର୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଉକ୍ତ ବୈଠକରେ ସିନିୟର ଡିଓଏମ (କେଭିଏସଏସଆର କିଶୋର) ଚିଫ କଣ୍ଟ୍ରୋସସିନିୟର ଡିଓଏମ (କେଭିଏସଏସଆର କିଶୋର) ଚିଫ କଣ୍ଟ୍ରୋଲର ଭାସ୍କର ରାଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଯାତ୍ରୀ ସଂଘର ପ୍ରତିନିଧି ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବଦ୍ରିନାରାୟଣ ମିଶ୍ର, ଉପଦେଷ୍ଟା ପ୍ରକାଶ ମହାନ୍ତି, ଯୁଗ୍ମ ସମ୍ପାଦକ ମନମୋହନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଶେଷରେ ସମସ୍ତ ଅଧିକାରୀମାନଙ୍କୁ ସଂଘ ତରଫରୁ ହାର୍ଦ୍ଧିକ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା ।ର୍ ଭାସ୍କର ରାଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଯାତ୍ରୀ ସଂଘର ପ୍ରତିନିଧି ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ବଦ୍ରିନାରାୟଣ ମିଶ୍ର, ଉପଦେଷ୍ଟା ପ୍ରକାଶ ମହାନ୍ତି, ଯୁଗ୍ମ ସମ୍ପାଦକ ମନମୋହନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସମସ୍ତ ଅଧିକାରୀମାନଙ୍କୁ ସଂଘ ତରଫରୁ ହାର୍ଦ୍ଧିକ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା ।