ଢ଼େଙ୍କାନାଳ : ଭୁବନ ଥାନା ଅନଳ ଗ୍ରାମର ହୃଷିକେଶ ସାହୁଙ୍କ ପୁତ୍ର ସୁରେନ୍ଦ୍ର ସାହୁ ଏକ ଭେରାଇଟ ଷ୍ଟୋର ଖୋଲି ବ୍ୟବସାୟ କରନ୍ତି ।
ବିଳମ୍ବିତ ରାତିରେ ଦୋକାନ ଉପର ଆଜବେଷ୍ଟସ ଭାଙ୍ଗି ତାଙ୍କ ଦୋକାନ ଭିତରକୁ ପ୍ରବେଶ କରି ଦୋକାନ ର ଜିନିଷପତ୍ର ଫିଙ୍ଗାଫୋପଡା କରିବା ସହିତ ମୋବାଇଲ ଓ ମୋବାଇଲ ସାମଗ୍ରୀ ପ୍ରାୟ ପଚାଶ ହଜାର ଟଙ୍କା ମୂଲ୍ୟର ଚୋରି ହୋଇଥିବା ନେଇ ସୁରେନ୍ଦ୍ର ସାହୁ ସକାଳେ ଜାଣିବାକୁ ପାଇଥିଲେ । ଏନେଇ ସେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ତେବେ ତାଙ୍କ କହିବା ଅନୁସାରେ ରାଜସ୍ଥାନ ଅଞ୍ଚଳର କିଛି ସ୍ତ୍ରୀଲୋକ ଯେଉଁମାନେ କି ଅନଳ ଅଞ୍ଚଳରେ ବୁଲୁଥିଲେ ଆସି ତାଙ୍କ ପାଖରେ ମୋବାଇଲ ଦେଖିଥିଲେ ।କିନ୍ତୁ କିଛି କିଣାକିଣି କରିନଥିଲେ । ତେବେ ସେମାନଙ୍କ ହାବଭାବ ସନ୍ଦେହ ଜନକ ଥିଲା ।
ଦିର୍ଘ ଦିନ ଧରି ଭୁବନ ଅଞ୍ଚଳରେ ବାହ୍ଯ ରାଜ୍ୟର ଲୋକମାନେ ସନ୍ଦେହ ଜନକ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ ଡେରା ପକାଇ ବ୍ୟବସାୟ ଆଳରେ ଲୋକମାନଙ୍କୁ ଠକୁଛନ୍ତି ତ ଅନେକ ସ୍ଥାନ ରେ ଚୋରୀ ନେଇ ଅଭିଯୋଗ ଆସୁଛି । ଏ ନେଇ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସାଧାରଣ ରେ ଦାବି ହେଉଛି ।