ଭୁବନ ; ନଦୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେହି ଗ୍ରାମର କାଠିଆ ସଙ୍ଖୁଆ (୬୨)ଙ୍କର ଆଜି ନଦୀରେ ବୁଡି ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ପ୍ରକାଶ ଯେ କାଠିଆ ଦିନ ଦଶ ଘଟିକା ସମୟରେ ରାମିଆଳ ନଦୀକୁ ଗାଧୋଇ ବାକୁ ଯାଇଥିଲେ । ଗାଧୋଇବା ସମୟରେ ପାଣି ଅଧିକ ଥିବାରୁ ଗୋଡ ଖସି ଯିବାରୁ ପାଣିରେ ସେ ବୁଡିଯାଇ ଥିଲେ l କିଛି ସମୟ ପରେ ସେ ଘରକୁ ନଫେରିବାରୁ ଘର ଲୋକ ଖୋଜା ଖୋଜି କରିଥିଲେ ।ନଦୀ ପାଖରେ ଚପଲ ଥିବା ଦେଖି ସ୍ଥାନୀୟ ଲୋକମାନେ ଜାଲ଼ ସାହାଯ୍ୟରେ ତାଙ୍କୁ ଉଧାର କରିଥିଲେ । ସେତେ ବେଳକୁ କାଠିଆଙ୍କର ମୃତ୍ୟୁ ଘଟି ସାରିଥିଲା ।

ଘଟଣା ସ୍ଥଳରେ ଥାନା ଏସ୍ ଆଇ ଅକାରଣ ବେହେରା ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନ ତର କରିଛନ୍ତି । ତାଙ୍କ ମୃତ୍ୟୁ ରେ ଗାଁ ରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

nine − six =