ଢେଙ୍କାନାଳ : ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କାର୍ଯ୍ଯାଳୟ ପରିସର ଆଜି ପାଲଟିଯାଇଥିଲା ଏକ ଘରୋଇ ଅର୍ଥ ନେଣଦେଣ କମ୍ପାନୀର ଆଡାସ୍ଥଳୀ ।
ଭିଡକମ କମ୍ପାନୀ ନାମକ ଏକ ଘରୋଇ ଅର୍ଥ ନେଣଦେଣ କାରୀ ସଂସ୍ଥା ସରକାରୀ ଭାବେ କୌଣସି ଅନୁମତି ପତ୍ର ନପାଇ କିଭଳି ପଞ୍ଚାୟତ କାର୍ଯ୍ୟାଳୟ କୁ ବ୍ୟବସାୟିକ ସଂସ୍ଥା ନିଜର କାର୍ଯ୍ୟକ୍ରମ କରିପାରିଛି ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ ।
ଭୁଷଳ ପଞ୍ଚାୟତ କାର୍ଯ୍ୟାଳୟଠାରେ ଭୁବନ ବ୍ଲକ ର ଅଠରଟି ପଞ୍ଚାୟତ ର ଶହେରୁ ଉର୍ଦ୍ଧ ଡିଲର ଓ ରିଟେଲରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ବେଆଇନ ବୈଠକ କୁ ନେଇ ଲୋକମାନଙ୍କ ମନରେ ଉଠିଛି ସନ୍ଦେହ । ଏ ନେଇ ଭୁବନ ବ୍ଲକ ର କାର୍ଯ୍ଯ ନିର୍ବାହୀ ଆଶିର୍ବାଦ ବେହେରା ଅବଗତ ନଥିବା ଜଣାଇଛନ୍ତି ।
ସେହିଭଳି ବିନା କୌଣସି ସୂଚନାରେ ବୈଠକ ଡକାଇ ରିଟେଲର ମାନଙ୍କୁ ମାଗଣା ମେସିନ ଯୋଗାଇ କିଭଳି ଲକ୍ଷାଧିକ ଟଙ୍କାର କାରବାର କରିବାକୁ ବ୍ୟଗ୍ର ଥିବା ସଂସ୍ଥା ଏକ ଠକ ସଂସ୍ଥା ନୁ୍ହଁ ତ ବୋଲି ପ୍ରଶ୍ନ ଉଠୁଛି । ଯଦୀ ଏହି ସଂସ୍ଥା ପଞ୍ଜୀକୃତ ତେବେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ କମ୍ପାନୀର ଅଧିକାରୀ, ସଂଞ୍ଜୋଜକ ଏବଂ ଅନ୍ୟ ଅଧିକାରୀ ସଠିକ ଭାବେ ନିଜର ପରିଚୟ କାହିଁକି ଦେଇନଥିଲେ ।