ସାମାଜିକ ସମୀକ୍ଷା ନିମନ୍ତେ ହିତଧାରକ କର୍ମଶାଳା !

ଢ଼େଙ୍କାନାଳ : ଢ଼େଙ୍କାନାଳ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୯, ସିମିଳିଆ ଗୋଷ୍ଠୀ କେନ୍ଦ୍ର ଠାରେ ୨୦୧୮-୨୦୧୯ ଆର୍ଥିକ ବର୍ଷର ସମସ୍ତଙ୍କ ପାଇଁ ଗୃହ ଯୋଜନାର ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ ନିମନ୍ତେ ହିତାଧିକାରୀଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ କର୍ମଶାଳାରେ ସାମାଜିକ ସମୀକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା-ପ୍ରକଳ୍ପ ପାଇଁ ସ୍ଥିରିକୃତ ନୀତି ଓ ଆଇନର କାର୍ଯ୍ୟକାରିତାରେ ଜନସାଧାରଣଙ୍କ ଉତ୍ତର ଦାୟିତ୍ୱ ନିଶ୍ଚିତ କରିବା ଉପରେ ଆଲୋଚ଼ନା ହୋଇଥିଲା । ଏଥିରେ ହିତାଧିକାରୀ ମାନଙ୍କୁ ଓ ଅନ୍ୟ ସମସ୍ତ ସମ୍ୱନ୍ଧିତ ବ୍ୟକ୍ତି/ଅନୁଷ୍ଠାନ ମାନଙ୍କୁ ଚ଼ିହ୍ନଟ କରାଯାଇ, ପରେ ବିଭିନ୍ନ ବର୍ଗର ଯଥା- ସିଧାସଳଖ ହିତାଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି, ସାମାଜିକ ସଂସ୍ଥାର ପ୍ରତିନିଧି, ମହିଳା, ଭିନ୍ନକ୍ଷମ, ଗଣମାଧ୍ୟମ, ତୃତୀୟ ଲିଙ୍ଗ ବ୍ୟକ୍ତି ମାନଙ୍କୁ ନେଇ ଏକ ସାମାଜିକ ସମୀକ୍ଷା କମିଟି ଗଠନ କରାଯିବ ।

ଏଥି ମଧ୍ୟରୁ ୨୦ ରୁ ୩୦ ଜଣ ବ୍ୟକ୍ତିଙ୍କୁ ନେଇ ପାଞ୍ଚଗୋଟି ଉପକମିଟି ଗଠନ କରାଯାଇ ଏହି ଉପକମିଟି ମାଧ୍ୟମରେ ନଥିପତ୍ର, ସମୀକ୍ଷା, ଗୋଷ୍ଠୀଗତ ଆଲୋଚ଼ନା, ସୁଗଭୀର ସାକ୍ଷାତକାର ମୁଖ୍ୟ ସୂଚ଼ନାଦାତା ସାକ୍ଷାତକାର ଏବଂ ଜନଶୁଣାଣି କରାଯିବ ।

ଉପରୋକ୍ତ ସମସ୍ତ କାର୍ଯ୍ୟ ପାଇଁ ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସୁବିଧା ସଂସ୍ଥା (ଐଋଆ)ଲାଇଫ୍‍ ଏକାଡ଼େମି ଅଫ ଭୋକେସନାଲ ଷ୍ଟଡ଼ିଜ୍‍ (ଲାଭ) ଏବଂ ଢ଼େଙ୍କାନାଳ ପୌରପରିଷଦର ମିଳିତ ସହଯୋଗରେ କରାଯିବ । ଉପରୋକ୍ତ କାର୍ଯ୍ୟ ତା ୧୭.୦୫.୨୦୨୨ ରିଖ ଠାରୁ ଆରମ୍ଭ ହୋଇ ତା୧୯.୦୫.୨୦୨୨ ରିଖରେ ଜନ ଶୁଣାଣୀ ପରେ ସମାପ୍ତ କରାଯିବ ।

ଆଜିର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ, ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ନୋଡ଼ାଲ ଅଫିସର ରଶ୍ମିତା ମିଶ୍ର, କନିଷ୍ଠ ଯନ୍ତ୍ରୀ ଶ୍ରୀ ଦିନେଶ ନାଏକ, ସହର ବୈଷୟିକ କମିଟି ତରଫରୁ ସନ୍ଦିପ ସୁତାର, ବର୍ତ୍ତମାନର ୱାର୍ଡ କାଉନସିଲର- ଅନିତା ମଲିକ, ପୂର୍ବତନ ୱାର୍ଡ କାଉନସିଲର ରମଣି ରଞ୍ଜନ ଦାସ, ପୌର କାର୍ଯ୍ୟାଳୟର ବୈଷୟିକ ସହାୟକ ଶକ୍ତି ପ୍ରସାଦ ମହାନ୍ତି, ଲାଭ ତରଫରୁ ପ୍ରେମାନନ୍ଦ ବେଉରା ଏବଂ ସମିର କୁମାର ପରିଡ଼ା ପ୍ରମୂଖ
ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 3 =