ହିନ୍ଦୋଳ; ହାତୀ ଆକ୍ରମଣରେ ବୃଦ୍ଧ ମୃତ !

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ଖଲିବୋରେଇ ସେକ୍ସନ ଅନ୍ତର୍ଗତ କେନ୍ଦୁନାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଖଲିବୋରେଇ ସେକ୍ସନ ଅନ୍ତର୍ଗତ କେନ୍ଦୁନାଳି ଗ୍ରାମର ଶ୍ରୀରାମ ବେହେରା (୬୦) ରାତିରେ କୌଣସି କାମରେ ବାହାରକୁ ଯାଇଥିଲେ । ସେଠାରୁ ଘରକୁ ରାତିରେ ଫେରିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ଅଧିକ ଗୁରୁତର ହେବାରୁ ତାଙ୍କ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ।

ସେ କଟକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ତେଣୁ ତାଙ୍କୁ ସରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପରିବାର ବର୍ଗ  ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଶ୍ରୀରାମଙ୍କ ମୃତ୍ୟୁ ଖବର ଶୁଣି ଖଲିବୋରେଇ ସମିତି ସଭ୍ୟ ବାବୁଲି ବେହେରା ଓ ସରପଞ୍ଚ ଗୟାଧର ନାୟକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
Leave A Reply

Your email address will not be published.

sixteen − six =