ସିନର୍ଜୀ ସିଭିଲ ବିଭାଗର ବାର୍ଷିକ ଉତ୍ସବ “ଆକାର-୨୨”ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ସିନର୍ଜୀ ବୈଷୟିକ ମହାବିଦ୍ୟାଳୟର ସିଭିଲ ବିଭାଗର ବାର୍ଷିକ ମହୋତ୍ସବ “ଆକାର-୨୦୨୨” ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ସିଏସଆଇଆର ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜିର ନିର୍ବାହୀ ଯନ୍ତ୍ରୀ ଡ.ଦିପ୍ତି ରଂଜନ ନାୟକ ଅତିଥି ଭାବରେ ଉକ୍ତ କାର୍ଯୟକ୍ରମରେ ଯୋଗ ଦେଇଥିଲେ । ତାଙ୍କ ଦ୍ୱାରା ପ୍ରଣିତ ‘ଇନଭେଷ୍ଟିଗେସନ ଅନ ଷ୍ଟ୍ରେଙ୍ଗଥ ଆଣ୍ଡ ଡ୍ରାଇଙ୍ଗ ସ୍ରିଙ୍କେଜ ଅଫ୍ ସିମେଣ୍ଟ ଇନୋଷ୍ଟାର ପ୍ରିପାର୍ଡ ଫ୍ରମ ଡିଫେରେଣ୍ଟ ଟାଇପ୍ସ ଅଫ ସିମେଣ୍ଟ ଡିଫରେଣ୍ଟ ଗ୍ରେଡସ୍ ଅଫ ସ୍ୟାଣ୍ଡ’ ଉପରେ ଏକ ଉପସ୍ଥାପନା କରିଥିଲେ ।

ଯାହାକି ସିଭିଲ ଡିପାର୍ଟମେଣ୍ଟ ର ଛାତ୍ରଛାତ୍ରୀମାନଙ୍କ ପାଇଁ ମୂଲ୍ୟବାନ କାର୍ଯ୍ୟ ଗ୍ରହଣ କରିପାରିଥିଲେ ।ଅନୁଷ୍ଠାନର ଅଧ୍ୟକ୍ଷା ଡ.ଇତିଶ୍ରୀ ମହାନ୍ତି, ନିର୍ଦ୍ଦେଶକ ଡ.ପ୍ରଶାନ୍ତ କୁମାର ନାୟକ, ଡିପ୍ଲୋମା ବିଭାଗର ଅଧ୍ୟକ୍ଷ ସରୋଜ କୁମାର ନାୟକ ଏବଂ ବିଭାଗୀୟ ମୁଖ୍ୟ ପ୍ରଫେସର ରୀତାଞ୍ଜଳି ନନ୍ଦ ନିର୍ମା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଏବଂ ନୂତନ ଜ୍ଞାନକୌଶଳ ପ୍ରୟୋଗ ଉପରେ ଆଲୋକପାତ କରିଥିଲେ ।

ଉତ୍ସବର ସଂଯୋଜକ ପ୍ରଫେସର ଶଶାଙ୍କ ଶେଖର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ପ୍ରଶାସନିକ ଅଦିକାରୀ ଚନ୍ଦ୍ରକାନ୍ତ ମିଶ୍ର ପରିପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

11 − two =