ବିଦ୍ୟୁତ ସରବରାହ ବ୍ୟାହତ ଯୋଗୁ ଜନ ଅସନ୍ତୋଷ : କର୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ସମାଧାନ ଦାବୀ !

ଢେଙ୍କାନାଳ : ପୌରାଞ୍ଚଳ ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ୟାମାଚରଣପୁର, ଆନନ୍ଦ ନଗର ଓ କାଠଗଡା ଅଞ୍ଚଳରେ ୫ ତାରିଖ ଅପରାହ୍ନ ୩ ଘଟିକା ସମୟରୁ ନିରବଚ୍ଛିନ୍ନ ।

ପ୍ରବଳ ଝଡ,ବର୍ଷା କୁଆପଥର ମାଡ ଓ ଦୃତବେଗରେ ପବନ ବୋହିବା ଯୋଗୁ ଟ୍ରାନ୍ସଫର୍ମରରେ ତୃଟି , ସ୍ଥାନେ ସ୍ଥାନେ ବିଦ୍ୟୁତ ତାର ଛିଣ୍ଡି ବିପଦ ସଙ୍କୁଳ ଅବସ୍ଥା ଯୋଗୁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଫଳରେ ହାଇସ୍କୁଲ ଓ କଲେଜର ବିଭିନ୍ନ ବିଷୟରେ ବାର୍ଷିକପରୀକ୍ଷା ଚାଲୁଥିବା ସମୟରେ ପ୍ରାୟ ତିନି ହଜାର ଲୋକଙ୍କର ପରିବାର ସଦସ୍ୟମାନେ ଜଳାଭାବ, ରୋଷେଇ, ପ୍ରବଳ ଗରମ, ରାତିରେ ଆଲୋକର ଅଭାବ ଯୋଗୁ ପାଠପଢା ଓ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଅସୁବିଧା ଭଳି ବିଦ୍ୟୁତ ସଙ୍କଟ ଜନିତ ଘୋର ଅସୁବିଧା ସବୁର ସମ୍ମୁଖୀନ ହେଉଛନ୍ତି ।

ବିଦ୍ୟୁତ ବିଭାଗକୁ ଖବର ଦିଆ ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହି ସମସ୍ୟାର ସମାଧାନ ହୋଇପାରିନାହି । ବିଭାଗୀୟ କର୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ କାର୍ଯ୍ୟାନୁ୍‌ଷ୍ଠାନ ଗ୍ରହଣ କରାନଗଲେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ଓ ଏହା ଭିନ୍ନ ରୂପ ମଧ୍ୟ ନେଇପାରେ ।

Leave A Reply

Your email address will not be published.

9 − 5 =