ଭୁବନ ନଗରପାଳ ସାଜିଲେ ଚାଷୀ : ଅକ୍ଷୟ ତୃତୀୟା ଅବସରରେ କଲେ ଅଖିମୁଠି ଅନୁକୂଳ !

ଢ଼େଙ୍କାନାଳ: ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ଭୁବନ ନଗରରେ କୃଷକ ସମାଜ ତରଫରୁ ଆୟୋଜନ କରାଯାଇଥିଲା ଅକ୍ଷୟ ତୃତୀୟା ଉତ୍ସବ ।

ଭୁବନ ର କୃଷକମାନେ ନିଜର ପାରମ୍ପରିକ ବଳଦ ହଳଲଙ୍ଗଳ ଯୋଚୀ , ଟ୍ରାକ୍ଟର ନେଇ ଅଭିନବ ଢଙ୍ଗରେ ଏକ ଶୋଭାଯାତ୍ରା ଆରମ୍ଭ କରିଥିଲେ ଭୁବନ ପାଲାମଣ୍ଡପ ଠାରୁ । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ଯ ଅତିଥି ରୁପେ ଯୋଗଦେଇ ଏହି ଶୋଭାଯାତ୍ରାକୁ ଉଦଘାଟନ କରିଥିବା ବେଳେ କୃଷକ ସମାଜ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ପରେ ମା’ ହିଙ୍ଗୁଳାଙ୍କ ପୀଠ ନୀକଟ ଚାଷଜମିରେ ବୈଦିକ ପୂଜାର୍ଚ୍ଚନା କରାଯାଇ ଅଖିମୁଠି ବୁଣିଥିଲେ କୃଷକ ସମାଜ ସଭାପତି ବାସୁଦେବ ଗୁରୁ । ଚାଷୀମାନଙ୍କ ସହ ମିଶି ଉସ୍ଛାହିତ ଭାବେ ନଗରପାଳ ହଳ ଧରି ଚାଷ କରିଥିଲେ । ଏହି ଉସ୍ଛବ ର ବିଶେଷ ଆକର୍ଷଣ ଥିଲା ଚାଷୀଭାଇଙ୍କ ଦ୍ବାରା ପାରମ୍ପରିକ ହଳୁଆ ଗୀତଗାନ । ଯାହାକି ବେଶ ମନଛୁଆଁ ଥିଲା ।

ଚଳିତ ବର୍ଷ ଭଲ ଚାଷ ହେବା ନେଇ କୃଷକ ସମାଜ ଆଶାବାଦୀ ଥିବା ସଭାପତି ଜଣାଇଛନ୍ତି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଚଳିତ ବର୍ଷ ସମସ୍ତ ଚାଷୀମାନଙ୍କ ଫସଲ ଅମଳ ଉତ୍ତମ ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

twelve + 6 =