ସ୍କୁଲ୍ ସ୍ତରୀୟ ଚତୁର୍ଥ ମାଷ୍ଟର୍ କପ୍ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ !

ଢେଙ୍କାନାଳ: ସହର ସ୍ଥିତ ବ୍ରିଟିସ୍ ପବ୍ଲିକ୍ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଥିବା ୪ର୍ଥ ଢେଙ୍କାନାଳ ସ୍କୁଲ୍ ସ୍ତରୀୟ ଚତୁର୍ଥ ମାଷ୍ଟର କପ୍ ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଅଛି ।

ଏହି ଉଦ୍‌ଯାପିତ ଉତ୍ସବରେ ରାଜ୍ୟ ଚେସ୍ ସଂଘର ସମ୍ପାଦକ ଦେବବ୍ରତ ଭଟ୍ଟ ମୁଖ୍ୟ ଅତିଥି ଭାବେ, ଢେଙ୍କାନାଳ ଜିଲ୍ଲା ଚେସ୍ ସଂଘର ସହ-ସଂପାଦକ ଅଶୋକ କୁମାର ମିଶ୍ର ଓ ମାଷ୍ଟର୍ ଚେସ୍ ଫାଉଣ୍ଡେସନ୍‌ର ଫାଉଣ୍ଡର୍ ବିକ୍ରମ କେଶରୀ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ପ୍ରତିଯୋଗିତା ଦୁଇଦିନ ଧରି ହୋଇଥିଲା । ଏଥିରେ ମୋଟ୍ ୩୦ଜଣ ପ୍ରତିଯୋଗୀ ଭାଗନେଇଥିଲେ ଓ ଏହା ୫ରାଉଣ୍ଡ ବିଶିଷ୍ଟ ହୋଇଥିଲା । ପ୍ରତିଯୋଗିତା ଶେଷରେ ରାଇମୋହନ ପୂର୍ତୀ-ପ୍ରଥମ ହୋଇଥିବାବେଳେ ଋତୁଶ୍ରୀ ଋତୁପ୍ରଭା ସାହୁ ଏବଂ ପ୍ରଭୁଦତ ପଣ୍ଡା ଦ୍ୱିତୀୟ ଓ ତୃତୀୟ ହୋଇଥିଲେ ଏବଂ ଆରିୟନ୍ ରାଉତ, ସ୍ମୃତି ସମୃଦ୍ଧି ଦାସ, ସିପୁନ୍ ପ୍ରଧାନ, ଆର୍‌. ଲିଟିଲ୍ ଲିପ୍ସା, ତନ୍‌ଭି ମିଶ୍ର, ସୁରଜ ଦେହୁରୀ ଓ ତେଜସ୍ୱୀ ଶାଶ୍ୱତ ମହାପାତ୍ର ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନ ପାଇ ପୁରସ୍କୃତ ହୋଇଥିଲେ ।

ଏହାସହିତ ପ୍ରତିଯୋଗିତାରେ ୫ଟି ବୟସ ବର୍ଗର ପ୍ରଥମ ବାଳକ ଓ ବାଳିକାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ୮ବର୍ଷରୁ କମ୍ ବର୍ଗରେ ଅନ୍ୱେଶା ସାହୁ, ଆହ୍ୱାନ ସ୍ୱାଇଁ, ୯ବର୍ଷରୁ କମ୍ ବର୍ଗରେ ସାନ୍‌ଭି ମିଶ୍ର, ୧୦ବର୍ଷ କମ୍ ବର୍ଗରେ ଶୁଭମ୍ ପଣ୍ଡା, ଜାନ୍‌ଭି ମିଶ୍ର, ୧୧ବର୍ଷରୁ କମ୍ ବର୍ଗରେ ଅଭିପ୍ସା ସାହୁ, ୧୩ବର୍ଷରୁ କମ୍ ବର୍ଗରେ ଆୟୁଷ୍ ବେହେରା ଓ ଅର୍ପିତା ରାଉତ ପୁରସ୍କୃତ ହୋଇଥିଲେ ।

ଏହି ପ୍ରତିଯୋଗିତାକୁ ଫି.ଡେ. ଆର୍‌ବିଟର ସନ୍ତୋଷ କୁମାର ମହାପାତ୍ର ପରିଚାଳନା କରିଥିବାବେଳେ ସୁଶାନ୍ତ କୁମାର ଦାସ ଓ ଅମୀୟ କୁମାର ପତି ସହଯୋଗ କରିଥିଲେ । ଶେଷରେ ମାଷ୍ଟର୍ ଚେସ୍ ଫାଉଣ୍ଡେସନ୍‌ର ଫାଉଣ୍ଡର ଧନ୍ୟବାଦ ଦେବା ଅବସରରେ ଆଗକୁ ଢେଙ୍କାନାଳରେ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତା ହେବାର ସୂଚନା ଦେଇଥିଲେ ।

Leave A Reply

Your email address will not be published.

11 − five =