ପାରମ୍ପରିକ ଅସ୍ତ୍ର ଧରି କ୍ରସର ପ୍ରତିଷ୍ଠାକୁ ବିରୋଧ କଲେ ଆଦିବାସୀ !

ଢେଙ୍କାନାଳ : ଗଁଦିଆ ତହସିଲ ନିହଲପ୍ରସାଦ ପଞ୍ଚାୟତର କଷ୍ଟିପାଳ ଗ୍ରାମରେ ବେଆଇନ ଖଣିଏବଂ କ୍ରଶର
ବିରୋଧରେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ଅଞ୍ଚଳର ଆଦିବାସୀ।

ସରକାର ପ୍ରଦାନ କରିଥିବା ଗୁଣ୍ଠିକିଆ ଜମିହଡ଼ପ କରି ସେଠାରେ ବେଆଇନ ଭାବେ ପଥର ଖଣିଚାଲିବା ସହ କ୍ରଶର ସ୍ଥାପନ କରାଯାଇଛି। ଏହାର ପ୍ରତିବାଦରେ ସେମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି।

ତୁରନ୍ତସରକାର ଦେଇଥିବା ଜମିପ୍ରଦାନ ବ୍ୟବସ୍ଥା ନ
କଲେ ଆଇନ ହାତକୁ ନେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ , ଅଞ୍ଚଳର ଗରିବ ଆଦିବାସୀ ୧୯୯୯ରୁ ଗୁଣ୍ଠିକିଆ ଜମିପଟ୍ଟା ପାଇଛନ୍ତି। ହେଲେ ବିଧିବଦ୍ଧ ଭାବେ ସେମାନଙ୍କୁ ଜମି ହସ୍ତାନ୍ତର କରାଯାଉନାହିଁ। ତେଣୁ ସେମାନେ ଘର ନିର୍ମାଣ କରିପାରି ନାହାନ୍ତି । ଜମି ନ ପାଇବା ଯାଏ ସଂଗ୍ରାମ ଜାରିରହିବ ବୋଲି କାର୍ତ୍ତକ ସାମଲ ଏବଂ ପ୍ରମିଳା ପଧାନ ପ୍ରମୁଖ କହିଛନ୍ତି ।

ଏସଂକ୍ରାନ୍ତରେ ଗଁଦିଆ ତହସିଲଦାର ଆଶିଷ ରଞ୍ଜନ ସାହୁ
କୁହନ୍ତି, ୧୯୯୯ରେ ୬୦ଜଣ ଭୂମିହୀନ ଆଦିବାସୀଙ୍କୁ ଗୁଣ୍ଠିକିଆ ଜମିପଟ୍ଟା ପ୍ରଦାନ କରାଯାଇଛି। ତେବେ ନିର୍ଧାରିତ ସ୍ଥାନରେ ସେମାନେ ରହୁନାହାନ୍ତି । ଏକ ବିଦ୍ୟୁତ କମ୍ପାନୀର ଟାୱାର ସ୍ଥାପନ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତି ପ୍ରଶାସନର ଅନୁମୋଦନ କ୍ରମେ ସେଠାରେ ପ୍ରଥମେ ୩ମାସ ପାଇଁ କ୍ରଶର କରିଥିଲେ।
ଏହାପରେ ଏହାର ଅବଧି ଆଉ ୩ ମାସ ବୃଦ୍ଧି କରାଯାଇଛି।
ସମସ୍ୟା ସମ୍ପର୍କରେ ଅବଗତ ହେବାପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରିତୁରନ୍ତ ରିପୋର୍ଟପ୍ରଦାନ କରିବା ପାଇଁ ନିର୍ଦ୍ଦେଶ
ଦେଇଥିବା ତହସିଲଦାର କହିଛନ୍ତି।

Leave A Reply

Your email address will not be published.

16 − ten =