ସ୍କୁଲ୍ ସ୍ତରୀୟ ଚତୁର୍ଥ ମାଷ୍ଟର୍ କପ୍ ଚେସ୍ ଟୁର୍ଣ୍ଣାମେଣ୍ଟ !

ଢ଼େଙ୍କାନାଳ : ଟାଉନ୍‌ସ୍ଥିତ ବ୍ରିଟିସ୍ ପବ୍ଲିକ୍ ସ୍କୁଲ୍ ଠାରେ ମାଷ୍ଟର ଚେସ୍ ଫାଉଣ୍ଡେସନ୍ କର୍ମକର୍ତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ମାଷ୍ଟର୍ ଚେସ୍ ଫାଉଣ୍ଡେସନ୍‌ର ଜିଲ୍ଲା ସଂଯୋଜକ ମମତା ପତି ଜଣାଇଛନ୍ତି ଆସନ୍ତା ୩୦.୦୪.୨୦୨୨ରିଖ ଓ ୦୧.୦୫.୨୦୨୨ରିଖ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରେ ସ୍କୁଲ୍ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ୫ଟି ବର୍ଗ ଅଛି । ପ୍ରତ୍ୟେକ ବର୍ଗତ କୃତୀ ବାଳକ ଓ ବାଳିକାଙ୍କୁ ପୁରସ୍କୃତ କରାଯିବ ।

ଏଥିସହିତ ପ୍ରତିଯୋଗିତାର ପ୍ରଥମ ୧୦ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହି ପ୍ରତିଯୋଗିତା ନିମନ୍ତେ ପ୍ରବେଶିକା ଦେୟ ୨୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଅଧିକ ସୂଚନା ପାଇଁ ମୋବାଇଲ୍ ନମ୍ବର-୬୩୭୧୩୬୪୬୭୯ ଓ ୯୪୩୮୩୫୭୨୭୩ରେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନର ସଂଯୋଜକ ମମତା ପତି ଜଣାଇଛନ୍ତି ।

Leave A Reply

Your email address will not be published.

twenty − seven =