ହିନ୍ଦୋଳ ବାଗଧରିଆ ନିକଟରେ ମାର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଜଣେ ମୃତ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଏକ ମର୍ମନ୍ତୁତ୍ୱ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ଅପରାହ୍ନ ୫ଟା ସମୟରେ ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ବାଗଧରିଆ ନିକଟରେ ମାର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣଙ୍କ ଜୀବନ। ଅନୁଗୋଳ ରୁ କଟକ ରାସ୍ତାରେ କଟକ ଆଡକୁ ଯାଉଥିବା ବାଲିମି ଥାନା ଖଜୁରିଆକଟା ଅଞ୍ଚଳର କ୍ଷୀରୋଦ ନନ୍ଦଙ୍କ କାର ନଂ ଓଡି ୧୯ ଜେ ୫୦୧୫ ଟି ସ୍ଥାନୀୟ ଗୁହାଳୀପାଳ ଅଂଚଳର ସାଇକେଲରେ ଯାଉଥିବା ଚାଳକ ଧରଣୀ ଗୋଛାୟତଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୁଣ୍ଡ ଦୁଇ ଫଳ ହୋଇଯାଇଥିଲା।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ଭାରସାମ୍ୟ ହରାଇ କାରଟି ମଧ୍ୟ ଏକ ଗଛରେ ପିଟି ହୋଇ ଚୂର୍ ମାର ହୋଇଯାଇଛି ଏବଂ କାର ଚାଳକ କ୍ଷୀରୋଦ ନନ୍ଦ ଏବଂ ଅନ୍ୟଜଣେ କାରରେ ବସିଥିବା ବ୍ୟକ୍ତି ଉଭୟ ଗୁରୁତର ଆହତ ହୋଇଥିଲେ ।ତିନି ଆହତଙ୍କୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ମେଡିକାଲ ନିଆଯାଇଥିଲା ବେଳେ ସାଇକେଲ ଚାଳକକୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି। କାର ଚାଳକଙ୍କୁ ଗୁରୁତର ଭାବେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତଙ୍କୁ ଅନୁଗୋଳ ଡାକ୍ତରଖାନା ପଠାଇଦିଆଯାଇଛି!ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ କାରକୁ ଜବତ କରି ମୃତକ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇ ଏକ ମାମଲା ରୁଜ୍ଜୁ କରି ଅନୁସନ୍ଧାନ କରୁଛନ୍ତି ।
ଉଲ୍ଲେଖଯୋଗ୍ୟ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଦୈନିକ ହଜାରହଜାର ଗାଡି ଚଳୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନାହିଁ ରାସ୍ତା ମଧ୍ୟ ବିପଦ ସଂକୁଳ ଏବଂ ବେପାରବାୟ ଗାଡି ଚାଳକଙ୍କ ପାଇଁ ଲଗାମ ନାହିଁ ଯାହାକି ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ଚିନ୍ତାର କାରଣ ପାଲଟିଛି କହିବାକୁ ଗଲେ ସଡ଼କ ସୁରକ୍ଷା ଏକ ପ୍ରହସନ ପାଲଟିଛି ।

Leave A Reply

Your email address will not be published.

twelve + 9 =