ଭୁବନରେ ବନ ମହୋତ୍ସବ ପାଳନ : ବୃକ୍ଷ ରୋପଣ ଦ୍ବାରା ଜଳବାୟୁ ପରିବର୍ତ୍ତନ ରୁ ରକ୍ଷା ମିଳିବ-କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା

ଢ଼େଙ୍କାନାଳ – ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଓ ମହିଳା ହାୟର ସେକେଣ୍ଡାରୀ ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ତତ୍ତ୍ଵାବଧାନରେ ସମର ଶିକ୍ଷାର୍ଥୀ ବାହିନୀ,ଜାତୀୟ ସେବା ଯୋଜନା,ୟୁଥ୍ ରେଡକ୍ରସ,ସ୍କାଉଟ ଗାଇଡ ଛାତ୍ରୀଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ଜଙ୍ଗଲ କ୍ଷୟ ଓ ବୃକ୍ଷ ହାନି ଯୋଗୁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବା ସହ ସନ୍ ଷ୍ଟ୍ରୋକ ହେଉଛି । ବୃକ୍ଷ ରୋପଣ ଦ୍ବାରା ଜଳବାୟୁ ପରିବର୍ତ୍ତନ ର ସନ୍ତୁଳନ ରକ୍ଷା କରିବା ପାଇଁ ଆହ୍ବାନ ଦେଇଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷା ସୁପ୍ତିମୟୀ ସେନ ଙ୍କ ସମେତ ଅଧ୍ୟାପିକା ଡ଼ଃ ମମତା ପାତ୍ର, ନମିତା ଦ୍ବିବେଦୀ, ଅନୁପମା ମିଶ୍ର,କ୍ୟାପଟେନ ପ୍ରମିଳା ଦାସ ,ନିରଞ୍ଜନ ନାୟକ,ସୁରେନ୍ଦ୍ର ଗୁରୁ,ବିଜୟ ପୃଷ୍ଟି,ଲକ୍ଷ୍ମଣ ସାହୁ,ପ୍ରଣତି ବେହେରା ଓ ସମସ୍ତ କର୍ମଚାରୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଅନୁରୂପ ଭାବେ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବନ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶତ୍ରୁଘ୍ନ ଜେନା ଓ ସମ୍ମାନିତ ଅତିଥି ଭାବେ ଫରେଷ୍ଟ ରେଞ୍ଜର ରାକେଶ କୁମାର ଦଳେଇ , ଫରେଷ୍ଟର କଳ୍ପନା ବେହେରା ,ସଶିରେଖା ଦିଆନି ଙ୍କ ସମେତ ପରିଚାଳନା କମିଟି ସଦସ୍ୟ,ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଚାରା ରୋପଣ କରିଥିଲେ ।

Leave A Reply

Your email address will not be published.

eight − two =