ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !

ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ମିଶ୍ର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ସି ଆର୍ ସି ସି ଶ୍ରୀକାନ୍ତ କୁମାର ମିଶ୍ର ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷାଧିକାରୀ ଅଦୈତ ସାମଲ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ହର ହରି ଦାସ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବିପିନ୍ କୁମାର ଦାସ ଯୋଗ ଦେଇଥିଲେ l ଅବସର ଗ୍ରହଣ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନେହଲତା ମିଶ୍ର ସତେଇଶ ବର୍ଷ ବର୍ଷ ଶିକ୍ଷାଦାନ କରି ଛାତ୍ର ଛାତ୍ରୀ, ସହକର୍ମୀ ଓ ଗ୍ରାମବାସୀଙ୍କ ର ଅନ୍ତରଙ୍ଗ ହୋଇପାରିଛନ୍ତି. I ସେ ଜଣେ ଛାତ୍ର ବଚ୍ଛଲତା, କର୍ତ୍ତବ୍ୟନିଷ୍ଠ, ସଂସ୍କାରବୋଧ, ଶୃଙ୍ଖଳା ଆଦି ଗୁଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ I ସେ ଏକ ଧାରାରେ ଜନେ ଭଲ ପ୍ରସାଶନିକ ଦକ୍ଷତା, ଅନୁଷ୍ଠାନ ପରିଚାଳନା ରେ ବିଚକ୍ଷ ନତା, ଅମାୟିକ ବ୍ଯକ୍ତିତ୍ବ ଭରି ରହିଛି I ଛାତ୍ରୀ ମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥି ମାନେ ଆହ୍ଵାନ ଦେବା ସହ ଶ୍ରୀମତୀ ମିଶ୍ର ଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ I ଅତିଥି ମାନେ ଶିକ୍ଷୟିତ୍ରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ଵର୍ଦ୍ଧନା କରିଥିଲେ I ପରିଶେଷରେ ସହକାରୀ ଶିକ୍ଷକ ନନ୍ଦ କିଶୋର ଜେନା. ଧନ୍ଯବାଦ୍ ଅର୍ପଣ କରିଥିଲେ I

Leave A Reply

Your email address will not be published.

five × one =