ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁଙ୍କ ତିରୋଧାନ ଦିବସ ପାଳିତ !


ଢେଙ୍କାନାଳ,୦୬.୦୭.୨୦୨୪ – ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୬ତମ ତିରୋଧାନ ଦିବସପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଢେଙ୍କାନାଳ ପୂର୍ବତନ ସାଂସଦ ମହେଶ ସାହୁ ଓ ସମସ୍ତ ସଦସ୍ୟ ସହରର ସ୍ଥାନୀୟ ଗୋପବନ୍ଧୁଟାଉନ୍ ହଲ୍ ଠାରେ ଆଜି ପୂର୍ବାହ୍ନରେ ଉତ୍କଳମଣୀଙ୍କ ପ୍ରତିମୂର୍ତି ରେ ମାଲ୍ୟାପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୂର୍ବରୁ ଆମ ପ୍ରତିଭା ଆମସମ୍ମାନ କାର୍ଯ୍ୟାଳୟ ଠାରେ ଶ୍ରୀ ସାହୁ ଅନୁରୂପ ଭାବେ ଗୋପବନ୍ଧୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଓଡିଆ ସମାଜ ପ୍ରତି ଗୋପବନ୍ଧୁ ଦାସଙ୍କର
ଯେଉଁ ତ୍ୟାଗ ଓ ଅବଦାନ, ତାହା ଆଜି ସମଗ୍ର ଓଡିଶାବାସୀ ତାଙ୍କୁ ମନେ ରଖିଛନ୍ତି । ଆଗାମୀ ପିଢୀଙ୍କ ପାଇଁ ପଣ୍ଡିତ ଉତ୍କଳମଣୀ ସଦା ସର୍ବଦା ଚିରସ୍ମରଣୀୟ ହୋଇ ରହିବେ ଏବଂ ତାଙ୍କ ନୀତି ଆଦର୍ଶରେ ପରିଚାଳିତ ହେବେ ବୋଲି ସ୍ମୃତି ସଭାରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ବରିଷ୍ଠ ନେତା ପ୍ରତାପ ଦାସ ପ୍ରମୁଖଙ୍କ ସହିତ ବହୁ ସଦସ୍ୟ ଉପସ୍ଥିତ ରହି ଗୋପବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ ।

Leave A Reply

Your email address will not be published.

9 + 19 =