ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ଠାରେ ଧର୍ମସଭା ଅନୁଷ୍ଠିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ାସ୍ଥିତ ଅହମଦିୟା ମୁସଲିମ ଜାମେ ମସଜିଦଠାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି। ଅହମଦିୟା ମୁସଲିମ ଜମାଅତ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ଏହି ସମ୍ମିଳନୀରେ ପୌ‌ରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଅହମଦିୟା ମୁସଲିମ କେନ୍ଦ୍ରୀୟ ପ୍ରତିନିଧି ମୌଲବୀ ଅବଦୁଲ ୱକିଲ ନିୟାଜ ତଥା ମୁଖ୍ୟ ବକ୍ତା ଭାବେ କଟକ ତଥା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ମୌଲବୀ ଶେଖ ଇସହାକ ଯୋଗ ଦେଇଥିଲେ।ଶେଖ୍ ବଶିର ପବିତ୍ର କୋରାନ ପାଠ କରିଥିବା ବେଳେ ଅକସର ଉଦ୍ଦିନ୍ (ନଜମ୍) ସଂଗୀତ ପରିବେଷଣ କରିଥିଲେ।ମୌଲବୀ ଅବଦୁଲ ୱକିଲ ନିୟାଜ ସମୁଦାୟର କେନ୍ଦ୍ରୀୟ ନିର୍ଦ୍ଦେଶାବଳୀ ଗୁଡ଼ିକୁ ରେଖାଙ୍କିତ କରିଥିଲେ।
ମୁଖ୍ୟ ବକ୍ତା ଶେଖ ଇସହାକ ସମୁଦାୟର ଚାରି ସୁତ୍ରିୟ କାର୍ଯ୍ୟକ୍ରମ ଯେମିତିକି, ସୂଚାରୁରୂପେ ପାଞ୍ଚ ବେଳା ନମାଜ ପାଠ କରିବା, ଆଧ୍ୟାତ୍ମିକ ଖଲିଫାଙ୍କ ଭାଷଣ ଶୁଣିବା, ପ୍ରାତଃ କାଳରେ ଏବଂ ସନ୍ଧ୍ୟା ସମୟରେ ପ୍ରତିଦିନ ଧର୍ମ କଥା ଶୁଣିବା ଏବଂ ସାପ୍ତାହିକ ବଦର ଟିକୁ ଆମୂଳଚୁଳ ପାଠ କରିବା ବିଷୟରେ ଆଲୋକପାତ କରିଥିଲେ।
ସୂଚନାଯୋଗ୍ୟ କି ଅହମଦିୟା ମୁସଲିମ ସମ୍ପ୍ରଦାୟ ସମାଜରେ ପ୍ରେମ ଶାନ୍ତି ତଥା ମାନବ ବାର୍ତ୍ତାର ସ୍ଥାପନାପାଇଁ ବିଶ୍ୱର ୨୦୦ ରୁ ଅଧିକ ଦେଶରେ ପରିଚିତ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ ତନ୍ମଧ୍ୟରୁ ମୁଜଫର ଖାଁ, ଲିୟାକତ ଅଲ୍ଲୀ, ଶେଖ ଜହୀର, ଇଦ୍ରିସ ଖାଁ, ଅୟୁବ ଖାଁ, ଭାରତୀୟ ସେନାର ଜବାନ ତୋରାବ ଖାଁ ଅନ୍ୟତମ।

Leave A Reply

Your email address will not be published.

4 × three =