ଢେଙ୍କାନାଳ ରୋଟାରୀ କ୍ଲବ୍‌ର ନୂତନ ବର୍ଷର କର୍ମକର୍ତାଙ୍କର ଦାୟିତ୍ୱ ଗ୍ରହଣ ଓ ଡାକ୍ତର ଦିବସ ପାଳନ !

ଢେଙ୍କାନାଳ: ଢେଙ୍କାନାଳ ରୋଟାରୀ ଭବନ ପରିସରରେ ଏକ ମନୋଜ୍ଞ ପରିବେଶରେ ନୂତନ ସଭାପତି ଭାବରେ ଦାୟିତ୍ୱଗ୍ରହଣ କରିଥିବା ପ୍ରଫେସର ହରେକୃଷ୍ଣ କରଙ୍କର ଅଧ୍ୟକ୍ଷତାରେ ଗତ ୧ ତାରିଖରେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ପି.ପି.ରୋଟାରୀଆନ୍ ରାଜ କିଶୋର ବେହେରାଙ୍କର ସ୍ୱାଗତ ଭାଷଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ଢେଙ୍କାନାଳସହରର ଅବସରପ୍ରାପ୍ତ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରସାନନ୍ଦ ମିଶ୍ର ମୁଖ୍ୟ ଅତିଥି ପଦ ଅଳଙ୍କୃତ କରିଥିଲେ । ଡାକ୍ତର ଦିବସଅବସରରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରସାନନ୍ଦ ମିଶ୍ର ମୁଖ୍ୟ ଅତିଥି ପଦ ଅଳଙ୍କୃତ କରିଥିଲେ । ଡାକ୍ତର ଦିବସ ଅବସରରେବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରସାନନ୍ଦ ମିଶ୍ର, ବର୍ଷିୟାନ୍ ଭେଷଜଜ୍ଞ ଡାକ୍ତର ବିଧୂଭୂଷଣ ନନ୍ଦ, ପୂର୍ବତନ ସଭାପତି ତଥାବରିଷ୍ଠ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅବୋଧ ମହାପାତ୍ର, ଡାକ୍ତର ବଳଭଦ୍ର ରାମ ଡାକ୍ତର ଭବାନୀ ଶଙ୍କର ଦାଶ ତଥା ମହିଳାଡାକ୍ତର ଐଶ୍ୱର୍ଯ୍ୟା ରଥ ପ୍ରଭୃତିଙ୍କୁ ପୁଷ୍ପଗୁଚ୍ଛ ତଥା ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ତଥା ସମ୍ମାନିତଅତିଥିମାନେ ଡାକ୍ତରମାନଙ୍କର ଦାୟିତ୍ୱ ଓ କର୍ତବ୍ୟ ତଥା ସୁସ୍ଥ ନିରାମୟ ଜୀବନର ସୁଫଳ ସୂତ୍ର ବିଷୟରେ ସୁଚିନ୍ତିତ ଅଭିବ୍ୟକ୍ତିପ୍ରଦାନ କରିଥିଲେ । ରୋଟାରୀ କ୍ଲବ୍‌ର ମୁଖ୍ୟ ଆଭିମୁଖ୍ୟ ସମ୍ପର୍କରେ ପୂର୍ବତନ ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ,ବିରଂଚିନାରାୟଣ ପାଣି, ଆର.ପି. ସିଂହଦେଓ ଓ ଦେବବ୍ରତ ଭଟ୍ଟ ପ୍ରମୁଖ ଦିଗ୍‌ଦର୍ଶନ ଦେଇଥିଲେ । ସଭାରେ ନୂତନ ସଭାପତିପ୍ରଫେସର ହରେକୃଷ୍ଣ କରଙ୍କ ବ୍ୟତୀତ ସମ୍ପାଦକ ତପନ ପାଲ୍‌, ଇନର୍ ହ୍ୱିଲ୍ ସବାନେତ୍ରୀ – ମମତା ପୁହାଣ, ସମ୍ପାଦିକା ରୂପାଶ୍ରୀଧର ମଧ୍ୟ ମଂଚ ମଣ୍ଡନ କରିଥିଲେ । ପି.ପି. ରୋଟାରୀଆନ୍ ଅଭିମନ୍ୟୁ ସାହୁ ସଭା ପରିଚାଳନା କରିଥିଲେ । ଯୁଗ୍ମ ସମ୍ପାଦକପ୍ରଦୋଷ ଶତପଥୀ, ପି.ପି. ରୋଟାରିଆନ୍ ରାଜକିଶୋର ଦାସ, ରୋଟାରିଆନ୍ ମହେଶ ଅଗ୍ରୱାଲା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳରୂପାୟନ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଉକ୍ତ ସଭାରେ ସମସ୍ତ ରୋଟାରିଆନ୍‌, ଇନର୍ ହୁଇଲ୍‌ର ସଦସ୍ୟା,ତଥା ରୋଟ୍ରାକ୍ଟ ମାନଙ୍କର ଯୋଗଦାନ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲା । ପରିଶେଷରେ ବରିଷ୍ଠ ଇନର୍‌ହ୍ୱିଲ୍‌ର ସଦସ୍ୟା ପି.ଜୟଲକ୍ଷ୍ମୀଙ୍କର ଜନ୍ମ ଦିବସ ପାଳନ କରାଯାଇଥିଲା । ରୋଟାରୀଆନ୍ ଜ୍ୟୋତି ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

seventeen + 12 =