ଖୁଲମଖୁଲା ହିନ୍ଦୋଳରେ ଚାଲିଛି ବେଆଇନ୍ ଇଟା ଭାଟି, ଜାଣି ଅଜଣା ରାଜସ୍ୱ ବିଭାଗ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଅନ୍ତର୍ଗତ ବାଉଁଶପୋଖରୀ ରାଜସ୍ବ ବିଭାଗ ଅଧିନରେ ଥିବା କଂସରା ଠାରେ ଦିନଦିପ୍ରହରେ ମାଟି ଇଟା ଭାଟି ପୋଡ଼ା ଚାଲିଛି। ରାସ୍ତା ଉପରେ ଛିଡା ହେଲେ ମଧ୍ୟ ଦୃଶ୍ୟମାନ ହେଉଛି। କିନ୍ତୁ ହିନ୍ଦୋଳ ତହସିଲଦାର ଓ ରାଜସ୍ୱ ବିଭାଗ ଅଧିକାରୀମାନେ କିପରି ଦେଖି ପାରୁନାହାଁନ୍ତି। ପ୍ରକୃତରେ ରାଜସ୍ୱ ବିଭାଗ ଅଜାଣତରେ ଏସବୁ ହେଉଛି ନା ଜାଣତରେ ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାର ମାଟି ଇଟାକୁ ସଂପୂର୍ଣ୍ଣ ଉଚ୍ଛେଦ କରୁଥିବାବେଳେ ଏଠାରେ ଦିନଦିପ୍ରହରେ ବେଆଇନ୍ ଭାବେ ମାଟି ଇଟା ଭାଟିର ବେପାର ଚାଲୁଥିଲେ ମଧ୍ୟ ରାଜସ୍ୱ ବିଭାଗ କାହିଁକି ଚୁପ୍ ତାହା ଏବେ ସନ୍ଦେହ ଘେରରେ । ତେବେ ଏ ସଂପର୍କରେ ଖବର ପାଇ ବାଉଁଶପୋଖରୀ ରାଜସ୍ବ ଅଧିକାରୀଣୀ ବିଷ୍ଣୁପ୍ରିୟା ସିଂ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଘଟଣାସ୍ଥଳରୁ ଚାଲିଯାଇଥିଲେ। ଯାହାକୁ ନେଇ ଜନସାଧାରଣଙ୍କ ମନରେ ଆହୁରି ସନ୍ଦେହ ଦୃଢ଼ୀଭୂତ ହୋଇଛି। କେବଳ କଂସରା ନୁହେଁ ହିନ୍ଦୋଳ ବ୍ଳକର ଅନେକ ଅଞ୍ଚଳରେ ଖୁଲମଖୁଲା ଇଟା ମାଫିଆ ମାନେ ମାଟି ଇଟା କରି ଦିନଦିପ୍ରହରେ ବେପାର କରୁଥିବାର ମଧ୍ୟ ଅଭିଯୋଗ ହେଉଛି। ଜଣେ ଗରିବ ବ୍ୟକ୍ତିର ଘର ଭାଙ୍ଗି ବେଘର କରିବାକୁ ହିନ୍ଦୋଳ ରାଜସ୍ୱ ବିଭାଗ ପଛାଉନାହିଁ। ଅଥଚ ବେଆଇନ୍ ଭାବେ ଦିନ ଦ୍ୱିପ୍ରହରରେ ମାଟି ଇଟା ଭାଟି ପୋଡ଼ା ଯାଉଥିଲେ ମଧ୍ୟ କାହିଁକି ରାଜସ୍ୱ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛି ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଖବର ପ୍ରସାରଣ ପରେ ଇଟା ମାଫିଆଙ୍କ ବିରୁଦ୍ଧରେ ହିନ୍ଦୋଳ ରାଜସ୍ୱ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ପୂର୍ବପରି ଜାଣି ଅଜଣା ଭଳି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହୁଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.

four × three =