ଢେଙ୍କାନାଳ ସହରର ମୁଖ୍ୟ ରାସ୍ତା ଉପରେ ବର୍ଷା ଓ ଡ୍ରେନେଜ ପାଣି ରେ ଉବୁଟୁବୁ !

ଢେଙ୍କାନାଳ ସହରର ପଶ୍ଚିମାଞ୍ଚଳ ଶାସନ ଛକ ଠାରୁ କୋରିଆଁ ପର୍ଯ୍ୟନ୍ତ କହିଲେ ଭୁଲ ହେବ ନାହିଁ । ଅନେକ ସମସ୍ୟା ମଧ୍ଯ ରେ ଉବୁଟୁବୁ ହେଉଥିବା ବେଳେ ବର୍ଷାର ଆଗମନରେ ଜନତାଙ୍କ ଅବସ୍ଥା ବେହାଲ । ଏହି ଅଞ୍ଚଳ ରେ ବର୍ଷା ଜଳ ନିଷ୍କାସନ ଏକ ମୂଖ୍ଯ ସମସ୍ୟା ର ସମାଧାନ ନହୋଇ ପଡି ରହିଛି । ସହର ମଧ୍ଯ ଦେଇ ଯାଇଥିବା ମୁଖ୍ୟ ରାସ୍ତା ପଦ୍ମ ବଜାର ଜଗନ୍ନାଥ ହସ୍ପିଟାଲ ଠାରୁ ଲକ୍ଷ୍ମୀଧର ହାଇ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ଦୁଇ ଶହ ମିଟର ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଜଗନ୍ନାଥ ହସ୍ପିଟାଲ ସମ୍ମୁଖ ମଙ୍ଗଳା ମନ୍ଦିର ପାଖ ଡ୍ରେନ ପାଣି ରାସ୍ତା ଉପରେ ବର୍ଷା ଦିନେ ଜମି ରହୁଛି । ଫଳରେ ଡ୍ରେନର ପୋଚ କାଦୁଅ ରାସ୍ତା ଉପରେ ପଡୁଥିବାରୁ କେଉଁଠି ଖାଲ ଖମା ଅଛି ଜଣାପଡ଼ୁନାହିଁ । ରାସ୍ତାରେ ଯାତାୟାତ କରୁଥିବା ଭାରି ଯାନ ଗୁଡିକର ପାଣି ଛିଟିକା ବହୁ ମାତ୍ରାରେ ଦୁଇ ଚକିଆ ଯାତ୍ରୀ ଏବଂ ପଦଯାତ୍ରୀ ମାନଙ୍କ ଉପରେ ପଡୁଥିବାରୁ ସେମାନ ଭୟଭୀତ ହେଉଛନ୍ତି । ଅନେକ ପଥଚାରି ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ଅଦୁରଦୃଷ୍ଟି ଓ ପୌରର ର ଦିଶା ହୀନ ଡ୍ରେନେଜ ବ୍ୟବସ୍ଥା । ବର୍ଷା ପାଣି ଜମୁଥିବାରୁ ପ୍ରତ୍ୟେକ ବର୍ଷ ଖାଲ ଖମା ସୃଷ୍ଟି ହେଉଛି, ଦୁର୍ଘଟଣା ଘଟୁଛି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ପୁନଃ ରାସ୍ତା ମରାମତି ହେଉଛି । ଡ୍ରେନେଜ୍ ର ବ୍ୟବସ୍ଥା ସୁଧୁରୁ ନାହିଁ ଏବଂ ଏହାର ସ୍ଥାୟୀ ସମାଧାନ କରାଯାଉ ନାହିଁ । ସେହିପରି ପୁରୁଣା ଲେବର ଅଫିସ ସମ୍ମୁଖ ରୁ ମୁଖ୍ଯ ରାସ୍ତା ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ସମୟରେ ମୂଖ୍ଯ ରାସ୍ତାକୁ ଆସିବା ଅସମ୍ଭବ। ଷ୍ଟେସନ ବଜାର ଛକ ଠାରୁ ବଡଯୋରା ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବାରୁ ରାସ୍ତା ଉପରେ ପାଣି ବହୁଛି । ଫଳରେ ଦୁଇ ପାର୍ଶ୍ୱ ରାସ୍ତା ଧୋଇହୋଇ ଖାଲଖମାରେ ପରିଣତ ହେଉଛି ଏବଂ ଦୁର୍ଘଟଣା ଘଟୁଛି । ତାଛଡା ବଡଯୋରା କଂକ୍ରିଟ ବ୍ରିଜ ଉପରେ ମାଟି ପଡି ପାଣି ନିଷ୍କାସନ ନହୋଇ ଜମି ରହୁଛି । ବ୍ରିଜ ଉପରୁ ବର୍ଷା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇ ନାହିଁ । ଏସବୁ ସମସ୍ୟା ଗୁଡିକ ଢେଙ୍କାନାଳବାସୀଙ୍କ ମନରେ ତୀବ୍ର ଆଲୋଡନ ସୃଷ୍ଟି କରିଛି । ଦୁଇ ଦୁଇ ଥର ପୂର୍ତ୍ତ ମନ୍ତ୍ରୀ ଙ୍କ ସମୟରେ ସମ୍ଭବ ହୋଇନଥିବା ବେଳେ ନୂତନ ମନ୍ତ୍ରୀ ଏହାର ଆସୁ ସମାଧାନ ହବା ନେଇ ବୁଦ୍ଧିଜୀବୀ ତଥା ସ୍ଥାନୀୟ ବାସିନ୍ଦା ମାନେ ଆଶା ରଖିଛନ୍ତି ।

Leave A Reply

Your email address will not be published.

2 × four =