ଢ଼େଙ୍କାନାଳ – ପିଲା ଦିନର ତିନି ସାଙ୍ଗ ସୁରେନ୍ଦ୍ର କୁମାର ପୋଥାଳ, ରାମ ଚନ୍ଦ୍ର ରାଉତ ଓ ପ୍ରଭାତ କୁମାର ପଟ୍ଟନାୟକ ଶିକ୍ଷା ବିଭାଗରେ ନିଷ୍ଠାପର ଭାବେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଭୁବନ ଡାକ ବଙ୍ଗଳା ପରିସରରେ ଏହି ତିନି ସାଙ୍ଗ ଙ୍କୁ ଭୁବନ ର ଅଗ୍ରଣୀ ସେବା ସଂଗଠନ ଗୋପବନ୍ଧୁ ଦାସ ସେବା ସଂଗଠନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। ସୁରେନ୍ଦ୍ର କୁମାର ପୋଥାଳ ଭୁବନ ଉଚ୍ଚ ମାଧ୍ୟମିକ ମହିଳା ମହାବିଦ୍ୟାଳୟ ରେ ପ୍ରିନ୍ସିପାଲ ରୂପେ କାର୍ଯ୍ୟ କରି କଲେଜ ର ଉନ୍ନତି ରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ରାମ ଚନ୍ଦ୍ର ରାଉତ ଓ ପ୍ରଭାତ କୁମାର ପଟ୍ଟନାୟକ ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ବିଜ୍ଞାନ ବିଭାଗରେ ଡେମୋନେଷ୍ଟ୍ରେଟର ଭାବେ ଦକ୍ଷତାର ସହ କାର୍ଯ୍ୟକରୀ ଅନେକ ଛାତ୍ର ଛାତ୍ରୀ ଙ୍କୁ ମଣିଷ କରିବାରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି। ସମ୍ବର୍ଦ୍ଧନା ସଭାରେ ଅତିଥି ରୂପେ ଯୋଗଦେଇ ଶ୍ରୀ ଦେବବ୍ରତ ପୃଷ୍ଟି ଏହି ତିନି ସାଙ୍ଗ ଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରିଥିଲେ।ଏହି ତିନି ସାଙ୍ଗ ସମାଜ ସେବାରେ ନିଜର ଅବଶିଷ୍ଟ ଜୀବନ ବିତାଇବା ପାଇଁ ସ୍ଵ ମତ ରଖିଥିଲେ।ଆଜିର ସମ୍ବର୍ଦ୍ଧନା ସଭାରେ ଭୁବନ ର ବୁଦ୍ଧିଜୀବୀ, ସାମ୍ବାଦିକ ଏଵଂ ସମାଜସେବୀ ମାନେ ଉପସ୍ଥିତ ଥିଲେ। ଶ୍ରୀ ନିରଞ୍ଜନ ଗୁରୁ, ଶ୍ରୀ ଅମ୍ବୁଜ ସାହୁ, ଦେବେନ୍ଦ୍ର ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନ ତରଫରୁ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।