ଅଷ୍ଟମ ଜିଲ୍ଲା ସ୍ତରୀୟ ବ୍ୟାଡ୍‌ ମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ !


ଢେଙ୍କାନାଳ : ଚଳିତ ବର୍ଷର ଅଷ୍ଟମ ଜିଲ୍ଲା ସ୍ତରୀୟ ବ୍ୟାଡ୍‌ମିଂଟନ ପ୍ରତିଯୋଗିତା ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ହଲ୍ ଠାରେ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ କୋଣଅନୁକୋଳରୁ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଭା, ଖେଳାଳୀମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସଂଘର ସଭାପତି ଦୀପକ କୁମାର ଦଳେଇ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସଂପତ୍ ଯୋଗଦେଇ ବିଜେତା ଖେଳାଳୀମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ୧୧ବର୍ଷ ବର୍ଗରୁ ଆରମ୍ଭ କରି ୪୦ବର୍ଷ ବର୍ଗ ପର୍ଯ୍ୟନ୍ତ ଖେଳାଳୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ବ୍ୟାଡ୍‌ମିଂଟନ ସଂଘର ନେତୃତ୍ୱରେ ଏହି ପ୍ରତିଯୋଗିତା ସୂଚାରୁରୂପେ ସଂପାଦିତ ହୋଇଯାଇଛି । ସହକର୍ମୀ ରୂପେ ଅରବିନ୍ଦ ସାହୁ, ପ୍ରମୋଦ ସିଂହ, ତାରିଣୀ ପ୍ରସାଦ ମାଝୀ, ପ୍ରିୟବ୍ରତ ପ୍ରଧାନ, ପୂଣ୍ୟଶ୍ଲୋକ ରାଉତ, ଉଦୟଭାନୁ ସିଂହ, ପ୍ରତାପ ସିଂହ, ଅମିତ୍ ଛୋଟରାୟ, ଚିନ୍ମୟ ନନ୍ଦ, ବିଶ୍ୱଜିତ୍ ସାହୁ, ଅନିଲ୍ ସାହୁ, ଶାରକ ପ୍ରସନ୍ନ ହୋତା, ସୁଶାନ୍ତ ସାହୁ, ମନୋରଞ୍ଜନ ବିଶ୍ୱାଳ, ସାଇ ପ୍ରଭାତ ରଶ୍ମି, ସ୍ନେହା ସୋନମ୍‌, ସତ୍ୟବ୍ରତ, ରିତେଶ ହୋତା, ସର୍ବେଶ୍ୱର ସେଠୀ, ରେନିତ୍ ପାଲ୍‌, ଦିବ୍ୟାଂଶୁ ଶତପଥୀ, ଅମିତ୍ ରଞ୍ଜନ ଶତପଥୀ, ରଶ୍ମି ପ୍ରକାଶ ପଟ୍ଟନାୟକ, ମୁକେଶ ସିଂହ, ବ୍ରିଜେଶ୍ ମିଶ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ । ପରିଶେଷରେ ସଂପାଦକ ଟଙ୍କଧର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକୁ ସମାପ୍ତ କରିଥିଲେ ।

Leave A Reply

Your email address will not be published.

four × 1 =