ଢେଙ୍କାନାଳରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟ ଉଦ୍‌ଘାଟନ !

ଢେଙ୍କାନାଳ: ଢେଙ୍କାନାଳ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀକୃଷ୍ଣଚନ୍ଦ୍ର ପାତ୍ର ସ୍ଥାନୀୟ ଦକ୍ଷିଣକାଳୀ ଗୋପିନାଥ ଗାର୍ଡେନ୍ ନିକଟରେ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ପ୍ରତ୍ୟୁଷରେ କାର୍ଯ୍ୟାଳୟର ପୂଜାର୍ଚ୍ଚନା ପରେ ମନ୍ତ୍ରୀ ଶ୍ରୀ ପାତ୍ର ଦଳୀୟ କର୍ମକର୍ତାଙ୍କ ଗହଣରେ ଫିତାକାଟି ଉଦ୍‌ଘାଟନ କରିଥିଲେ । ଢେଙ୍କାନାଳ ବିଧାନସଭାନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗ ଏଠାରେ ଶୁଣି ସମାଧାନ କରାଯିବ, ଏଥିପାଇଁ ଏହି କାର୍ଯ୍ୟାଳୟ ଉଦ୍ଦିଷ୍ଟ ବୋଲିମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଏହି ଉଦ୍‌ଘାଟନୀକାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ବରିଷ୍ଠନେତା ରାମଚନ୍ଦ୍ର ପାତ୍ର, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ଭାରତୀ ସ୍ୱାଇଁ, ସଂପାଦକ ଅବନୀ ପଟ୍ଟନାୟକ, ଜିଲ୍ଲା ଯୁବମୋର୍ଚ୍ଚାସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ଅନୁସୂଚିତ ଜାତି ସଭାପତି ଲକ୍ଷ୍ମୀଧର ଦଳେଇ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ,କାଉନ୍‌ସିଲର ନିରୋଦ କୁମାର ସାହୁ, ବଳରାମ ସେଠୀ, ଲକ୍ଷ୍ମୀପ୍ରିୟା ଦଳେଇ, ସୂର୍ଯ୍ୟପ୍ରତାପ ରାଉତ, ପ୍ରତାପ ନାୟକ, ସୁମିତ୍ରା ମଲ୍ଲିକ,ଅନିତା ମଲ୍ଲିକ, ସୁମିତ୍ରା ସାହୁ, ନଗରମଣ୍ଡଳ ଉପସଭାପତି ବିକାଶ ସାହୁ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ରାଜ୍ୟସମବାୟ ସମିତି ସଭାପତି ଅକ୍ଷୟ ମହାନ୍ତି, ବରିଷ୍ଠ ନେତା ଦୀପକ ପଟ୍ଟନାୟକ, ରୁଦ୍ରନାରାୟଣ ତ୍ରିପାଠୀ, ସନ୍ତୋଷ ରାଉତ, ପ୍ରଦୀପମଲ୍ଲିକ, ଉଲ୍ଲି ନାୟକ, ସୋନି ସାହୁ, ଦେବାଶିଷ ପାଣି, ସୁଚିତ୍ର ବେହେରା, ବିଭୁତି ଷଣ୍ଢ, ଦୀପୁ ପଟ୍ଟନାୟକ, ସମରେନ୍ଦ୍ର ପଟ୍ଟନାୟକ,ସନ୍ତୋଷ ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ବଟକୃଷ୍ଣ ସାହୁ, ସିଦ୍ଧାର୍ଥ ସାମଲ, ଅମୂଲି ସାହୁ, ନାଗାର୍ଜୁନ ପାତ୍ର, ସନ୍ତୋଷ ମହାକୁଡ, ମିଲନ୍‌ବେହେରା, ରଞ୍ଜିତ୍ ଭିଶାଲ୍‌, ସମାଜସେବୀ ଶତୃଘନ ମାଟି ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

10 − 3 =