ଭୁବନ ୭୫ ତମ ବନ ମହୋତ୍ସବ ପାଳନ !

ଢ଼େଙ୍କାନାଳ- ଭୁବନ ବନ ବିଭାଗ ତରଫରୁ ନୁଆ କୁମର୍ଦା ଠାରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଫରେଷ୍ଟ ରେଞ୍ଜର ରାକେଶ କୁମାର ଦଳେଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ସିରୀୟଲ ଶୁଭ୍ର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ବୃକ୍ଷ ହିଁ ଜୀବନ,ବୃକ୍ଷ ରୋପଣ ଦ୍ବାରା ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଓ ସୁନାମୀ ଭଳି ବିପଦ ରୁ ରକ୍ଷା କରିହେବ ବୋଲି ମତବ୍ୟକ୍ତ କରିଥିଲେ। ଫରେଷ୍ଟର କଳ୍ପନା ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ବଉଳ,କରଞ୍ଜ,ବାଟୁଳି ,ନିମ୍ବ ଇତ୍ୟାଦି ପ୍ରାୟ ୧ ହଜାର ରୁ ଉର୍ଦ୍ଧ୍ବ ଚାରା ରୋପଣ କରିଥିଲେ ।

Leave A Reply

Your email address will not be published.

15 + nine =