ଭୁବନ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ !

ଢ଼େଙ୍କାନାଳ : ଏକକ ବାର ଏକକ ଭୋଟ ନୀତି ଅନୁଯାୟୀ ମାର୍ଚ୍ଚ ୩୦ ତାରିଖରେ ରାଜ୍ୟର ସମସ୍ତ ଓକିଲ ସଂଘ ର ଭୋଟ ହେବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କେବଳ ଭୁବନ ନିର୍ବାଚନରେ ଅନିୟମିତତା ଅଭିଯୋଗରେ ତଦନ୍ତ ପରେ ରାଜ୍ୟ ଆଇନଜୀବୀ ପରିଷଦ ଭୁବନ ବାର ନିର୍ବାଚନକୁ ସ୍ଥଗିତ କରିଥିଲେ । ତଦନ୍ତ ପରେ ଜୁନ ୩୦ତାରିଖରେ ପୁନଃ ନିର୍ବାଚନ ହେବା ନିମନ୍ତେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ମିଳିଥିଲା । ନିର୍ଦ୍ଦେଶ ଅନୁଯାୟୀ ଭୁବନ ବାର ର ପ୍ରସ୍ତାବ କ୍ରମେ ଶ୍ରୀକାନ୍ତ କୁମାର ସାହୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ହୋଇଥିଲେ। ଖବରରୁ ଜଣାଯାଏ ଯେ ଭୁବନ ବାର ନିର୍ବାଚନ ନିମନ୍ତେ ବିଭିନ୍ନ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା । ସଭାପତି ନିମନ୍ତେ ଦିବାକର ଦାସ , ବାବୁଲି କୁମାର ସେଠୀ ଙ୍କ ମଧ୍ୟ ରେ ଲଢେ଼ଇ ହୋଇଥିଲା । ସମୁଦାୟ ୩୬ଜଣ ଓକିଲ ଭୋଟ ଦେଇଥିଲେ। ବାବୁଲି ସେଠୀ ୨୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଶ୍ରୀନିବାସ ଗୁରୁ,ପ୍ରହଲ୍ଲାଦ ସାହୁ ସଂପାଦକ ନିମନ୍ତେ ଲଡ଼ିଥିଲେ। ୨୧ଖଣ୍ଡ ଭୋଟ ପାଇ ପ୍ରହଲ୍ଲାଦ ସାହୁ ବିଜୟୀ ହୋଇଥିଲେ। ଉପସଭାପତି ପ୍ରଶାନ୍ତ କୁମାର ମିଶ୍ର,ଯୁଗ୍ମ ସଂପାଦକ ଜଗବନ୍ଧୁ ସାହୁ ଓ କୋଷାଧ୍ୟକ୍ଷ ସଂଯୁଲତା ସାହୁ ଙ୍କୁ ନିର୍ଦ୍ଵନ୍ଦରେ ବିଜୟୀ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ । ସାରା ରାଜ୍ୟରେ କେବଳ ଭୁବନ ବାର ନିର୍ବାଚନ ଅଧିକାରୀଙ୍କ ମନ ମୁଖି କାର୍ଯ୍ୟ ପାଇଁ ୩ମାସ ନିର୍ବାଚନ ସ୍ଥିଗିତ ରହିଥିଲା । ରାଜ୍ୟ ଆଇନଜୀବୀ ପରିଷଦ ଙ୍କ ନିଷ୍ପତିକୁ ଭୁବନ ଓକିଲ ସଂଘର ସମସ୍ତ ସଭ୍ୟ ସଭ୍ୟା ସ୍ବାଗତ କରି ଭୋଟ ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲେ।

Leave A Reply

Your email address will not be published.

4 × three =