ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସ ଙ୍କ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ପାଇଁ ଦାବି ରଖିଲେ ପୂର୍ବତନ ବିଧାୟକ ନବିନ ନନ୍ଦ !

ପ୍ରଜା ମଣ୍ଡଳ ଆନ୍ଦୋଳନ ର ମୁଖ୍ୟ ପୁରୋଧା ଢେଙ୍କାନାଳ ର ପ୍ରଥମ ସାଂସଦ ଗଡଜାତ ଗାନ୍ଧୀ ସାରଙ୍ଗ ଧର ଦାସ ଙ୍କ ର ଜନ୍ମ ମାଟି ହରେକୃଷ୍ଣ ପୁର ଠାରେ ଏକ ପୂର୍ଣ୍ଣ ଅବୟବ ମୂର୍ତ୍ତି ସ୍ଥାପନ ସହ ସଂଗ୍ରାମୀ ଙ୍କ ବାସ ସ୍ଥାନ କୁ ଏକ ମ୍ୟୁଜୀୟମ ରେ ରୂପାନ୍ତର କରିବା ପାଇଁ ଢେଙ୍କାନାଳ ର ପୂର୍ବତନ ବିଧାୟକ ନବିନ ନନ୍ଦ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ୨୫ତାରିଖରେ ପୂର୍ବତନ ବିଧାୟକ ନନ୍ଦ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବ୍ୟକ୍ତିଗତ ଭାବେ ତାଙ୍କର ନୂଆ ଦିଲ୍ଲୀସ୍ଥିତ ବାସଭବନ ରେ ଭେଟି ଦାବି ଉପସ୍ଥାପନ କରିଛନ୍ତି । ଗତ ଦୁଇ ବର୍ଷ ତଳେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାରଙ୍ଗ ଧର ଙ୍କ ଜନ୍ମ ମାଟି ଢେଙ୍କାନାଳ ସଦର ବ୍ଲକ ହରେକୃଷ୍ଣ ପୁର ଠାରେ ଗତ ୨୭-୦୮-୨୦୨୨ ରିଖ ରେ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ରେ ଯୋଗଦେବା ଅବସର ରେ ହରେକୃଷ୍ଣ ପୁର ର “ସାରଙ୍ଗଧର ସେବା ପରିଷଦ ” ତରଫରୁ ଏହି ଦାବି କୁ ମାନ୍ୟବର ମନ୍ତ୍ରୀ ସମ୍ମତି ପ୍ରଦାନ କରିଥିଲେ । ସଂଗ୍ରାମୀ ସାରଙ୍ଗଧର ଙ୍କ ସ୍ମୃତି ରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଙ୍କ ଉଦ୍ୟମ ରେ ଏକ ଡାକ ଟିକେଟ ଢେଙ୍କାନାଳ ଠାରେ ଗତ ୨୩.୦୨.୨୦୨୪ ରିଖ ରେ ଉନ୍ମୋଚନ କରାଯାଇଥିଲା । ସଂଗ୍ରାମୀ ସାରଙ୍ଗଧର ଦାସ ସ୍ଵାଧୀନୋତ୍ତର ଭାରତ ବର୍ଷ ର ଗଡଜାତ ରାଜ୍ୟ ଗୁଡ଼ିକ ଭାରତ ସହ ମିଶ୍ରଣ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଜୀବନ ସମାଜ ର ଗରିବ ନିଷ୍ପେସିତ ଙ୍କ ପାଇଁ ଉତ୍ସାଗିକୃତ୍ ଥିଲା । ସେ ଜଣେ ଚିନି ଶିଳ୍ପ ବିଶାରଦ ରୂପେ ବିଦେଶ ରୁ ତାଲିମ ନେଇ ଢେଙ୍କାନାଳ ରେ ଏକ ଚିନି ଶିଳ୍ପ ପାଇଁ ଉଦ୍ୟମ କରିଥିଲେ କିନ୍ତୁ ଢେଙ୍କାନାଳ ର ତତ୍ କାଳୀନ ରାଜା ଙ୍କ ର ଅସହଯୋଗ ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା । ସାରଙ୍ଗଧର ସର୍ବଭାରତୀୟ ପ୍ରଜାମଣ୍ଡଳ ର ଉପସଭାପତି ଥିଲେ ଯେଉଁ କମିଟି ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଭାପତି ଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଜାମଣ୍ଡଳ ଆନ୍ଦୋଳନ ଭାରତ ବର୍ଷ ର ସ୍ଵାଧୀନତା ଆନ୍ଦୋଳନ ରେ ସାମିଲ ହୋଇଥିଲା । ସାରଙ୍ଗଧର ୧୯୪୬ ମସିହା ରେ ଓଡ଼ିଶା ପ୍ରୋଭିନ୍ସିଆଲ ଲେଜିସ୍ ଲେଟିଭ କାଉନସିଲ କୁ ନିର୍ବାଚିତ ହୋଇଥିଲେ । ଭାରତ ବର୍ଷ ର ଗଡଜାତ ରାଜ୍ୟ ଗୁଡ଼ିକ ର ସ୍ଵାଧୀନ ଭାରତ ରେ ମିଶ୍ରଣ ପାଇ ତାଙ୍କର ଅବଦାନ ଆଜି ବି ଗୁରୁତ୍ଵ ବହନ ରେ ।ଭାରତ ବର୍ଷ ସ୍ଵାଧୀନତା ପ୍ରାପ୍ତି ପରେ ସାରଙ୍ଗଧର ପଶ୍ଚିମ କଟକ – ଢେ଼ଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ପ୍ରଜା ସୋଷିଆଲିଷ୍ଟ ଦଳ ରୁ ୧୯୫୨ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ଲୋକ ସଭା ସଦସ୍ୟ ଥିବା ବେଳେ ଲୋକ ସଭାରେ ଚିନି ଶିଳ୍ପ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ । ଆଜି ଭାରତ ବର୍ଷ ର ସ୍ଵାଧୀନତା ର ୭୫ ବର୍ଷ ପରେ ସେହି ମହାନ୍ ସଂଗ୍ରାମୀ ଙ୍କ ସ୍ମୃତି ଉଜ୍ଜୀବିତ ରଖିବା କୁ ଅଣଦେଖା କରାଯାଇ ଆସିଛି । ସଂଗ୍ରାମୀ ସାରଙ୍ଗଧର ଯେତିକି ସମ୍ମାନ ପାଇବା କଥା ତାହା କରିବାକୁ ରାଜନୈତିକ ଇଚ୍ଛାଶକ୍ତି ର ଅଭାବ କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ୟମ କୁ ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ସ୍ଵାଗତ ଜଣାଇଛନ୍ତି । ଆମର ଆଗାମୀ ପିଢ଼ି ସ୍ଵାଧୀନତା ସଂଗ୍ରାମୀ ସାରଙ୍ଗଧର ଙ୍କ କୃତି କୁ ମନେ ପକେଇବା ପାଇଁ ତାହା ଉଚ୍ଚ ବିଦ୍ୟାଳୟ ସ୍ତର ରେ ପାଠ୍ୟ ସିଲାବସ ରେ ଯୋଗ କରିବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ଦାବି ଉପସ୍ଥାପନ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କ ନିକଟରେ ଦାବି ରଖିଛନ୍ତି ।

Leave A Reply

Your email address will not be published.

20 − 1 =