ହିନ୍ଦୋଳ ଜନତା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ହୃଦଘାତରେ ପରଲୋକ !

ଢ଼େଙ୍କାନାଳ: ହିନ୍ଦୋଳ ଜନତା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ମିଶ୍ର ଙ୍କ ର ଗତକାଲି ଶନିବାର ରାତିରେ ଖାଇ ସାରିବା ପରେ ପ୍ରାୟ ସାଢେ଼ ୧୧ ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ବଡ଼ ଦୁଃଖର ବିଷୟ କି ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ଶ୍ରୀ ଅଧ୍ୟକ୍ଷ ଜଣେ ଛାତ୍ରବତ୍ସଳ ଏବଂ ହିନ୍ଦୋଳ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ। ସେ ସମ୍ବଲପୁର ଇନଭରସିଟିରେ ଇତିହାସ ବିଭାଗରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ। ଜନତା ମହାବିଦ୍ୟାଳୟରେ ପ୍ରଥମେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିବାବେଳେ ପରବର୍ତ୍ତୀ ମୁହୁର୍ତ୍ତରେ ସେହିଠାରେ ହିଁ ଅଧ୍ୟକ୍ଷ ହୋଇ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ଚାକିରୀ କାଳରୁ ଅବସର ଗ୍ରହଣ କରିବା ପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ହୋଇ ଲୋକମାନଙ୍କର ସେବା କାର୍ଯ୍ୟ ଜାରି ରଖିଥିଲେ। ସମୟକୁ ନଷ୍ଟ ନକରି ବାଡ଼ିରେ ବିଭିନ୍ନ ପ୍ରକାର ସବୁଜ ପନିପରିବା ସବୁ ସୃଷ୍ଟି କରିବାରେ ରୁଚି ରଖୁଥିଲେ। ବିଶେଷକରି କ୍ରିକେଟ୍ ଖେଳ ପ୍ରତି ତାଙ୍କର ବହୁତ୍ ଦୁର୍ବଳତା ଥିଲା । ତାଙ୍କ ମୃତ୍ୟୁଖବର ପ୍ରଘଟ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଏବଂ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Leave A Reply

Your email address will not be published.

6 + five =