ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବଳରାମ ମନ୍ଦିର ପରିସରରେ ବଳରାମଜୀଉ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ !

ଢେଙ୍କାନାଳ: ଢେଙ୍କାନାଳ ଶ୍ରୀଶ୍ରୀ ସିଦ୍ଧ ବଳରାମ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବଳରାମଜୀଉଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ ହୋଇଯାଇଛି । ସ୍ଥାନୀୟ କଣ୍ଠଶିଳ୍ପୀମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁମଧୁରଭଜନ ଓ ଜଣାଣ ଗାନ କରିଥିଲେ । ଭକ୍ତମାନେ ଏହାକୁ ମନଭରି ଶୁଣି ଆନନ୍ଦଲାଭ କରିଥିଲେ । ସୁମଧୁର ଗୀତ \”ଚିଠି ବାସୁଛିତୁଳସୀ ତୁଳସୀ\’, \”ଚକ୍ରରେ ଘୋଡେଇ ରଖିଥିବ ମୋତେ\’ ଓ \”ମା\’କୁ ମାଗିବ ଅଳିକରି\’ ପ୍ରଭୁତି ଗୀତ ଆକର୍ଷଣ ଥିଲା ।ଭଜନ ସଂଧ୍ୟା ପକ୍ଷରୁ ରଞ୍ଜିତ କୁମାର ହୋତା, ସୁଧୀର ଦାସ, ଉମାଶଙ୍କର ଜେନାମଣି, ବୈକୁଣ୍ଠ ସାହୁ, ପୂର୍ଣ୍ଣଚନ୍ଦ୍ର ପାତ୍ର,ଉତମ ଦାସ, ବିଷ୍ଣୁପ୍ରିୟା ହୋତା, ସଂଯୁକ୍ତା ଦାସ, ଭେନୁ ପାଣି, ସମୀର, ସଂଜୟ, ପ୍ରତ୍ୟୁଷା, ରଶ୍ମିରଞ୍ଜନ ସାହୁ, ମମତା ଚାନ୍ଦ,ସ୍ମିତାରାଣୀ ନନ୍ଦ, ମାନସ ଓ ସବିତା ଦିଦି ପ୍ରମୁଖ କଳାକାରମାନେ ସୁମଧୁର ସଂଗୀତ ଗାନ କରିଥିଲେ । ଅର୍ଗାନ ବାଦକରେଥିଲେ ଲକ୍ଷ୍ମୀଧର, ତାବଲାରେ ଗିରିଶ ଏବଂ ରବି, ହାର୍‌ମୋନିୟମ୍‌ରେ ବୈକୁଣ୍ଠ ସାର୍ ଏବଂ ପ୍ୟାଡ୍‌ରେ ଭେନୁ ପାଣୀ ସହଯୋଗକରିଥିଲେ ।

Leave A Reply

Your email address will not be published.

3 × 1 =