ଭୁବନ ମୃତ ବାରହା ଜବତ : ଜଣେ ଗିରଫ !

ଢେ଼ଙ୍କାନାଳ:ଭୁବନ ସହର ଉପକଣ୍ଠସ୍ଥ ଭରତି ପାହାଡ ନିକଟରୁ ବନ ବିଭାଗ ମୃତ ବାରହା ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ବାଉଁଶକଣ ଗ୍ରାମର ପ୍ରେମାନନ୍ଦ ପଧାନ ଙ୍କ ସହ ଦୁଇ ଜଣ ସହଯୋଗୀ ଭରତି ପାହାଡ ନିକଟରେ ଏକ ବାରହାକୁ ମାରି ମାଂସ ବିକ୍ରି କରିବାକୁ ଆଣୁଥିବା ସମୟରେ ଭୁବନ ବନ ବିଭାଗ ରେଞ୍ଜର ରାକେଶ କୁମାର ଦଳେଇ , ଫରେଷ୍ଟର କଳ୍ପନା ବେହେରା,ହାତୀ ସ୍କୁlର୍ଡ କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ଦୁଇ ଜଣ ବ୍ୟକ୍ତି ଦୌଡ଼ି ପଳାଇ ଯାଇଥିବା ବେଳେ ଓଆର ୦୫ଏ ଏଲ୍ ୦୮୪୮ ବିଶିଷ୍ଟ ହୋଣ୍ଡା ସାଇନ୍ ମୋଟର ସାଇକେଲ କୁ ଜବତ କରାଯାଇଛି । କେଶ୍ ନମ୍ବର ୧୪/୨୦୨୪ ରେ ପ୍ରେମାନନ୍ଦ ଙ୍କ ନାମରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.

9 + eighteen =