ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା :ଦୁର୍ଗା ପ୍ରସାଦ ମିଶ୍ର ଏ -ୱାନ ଗ୍ରେଡ୍ ପାଇ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର !

ଢେଙ୍କାନାଳ : ଚଳିତବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୪ରେ ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଓଡ଼ିଶା ରାଜ୍ୟର ପାସ୍ ହାର ଶତକଡ଼ା ୯୬.୦୭ ଓ ଢେଙ୍କାନାଳ ଜିଲ୍ଲାର ପାସ୍ ହାର ଶତକଡ଼ା ୯୫.୧୨ ହୋଇଥିବା ବେଳେ ଏହି ବିଦ୍ୟାଳୟର ପଞ୍ଜୀକରଣ କରି ପରୀକ୍ଷା ଦେଇଥିବା ମୋଟ ୧୬୬ ଜଣ ଛାତ୍ରୀ -ଛାତ୍ରଙ୍କ ମଧ୍ୟରୁ ମୋଟ ୧୬୩ ଜଣ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି ଓ ମୋଟ ପାସ୍ ହାର ଶତକଡ଼ା ୯୮.୧୯ ହୋଇପାରିଛି। ସେଥିମଧ୍ୟରୁ ଏ -ୱାନ୍ ଗ୍ରେଡ୍ ରେ ଏକ ଜଣ,ଏ -ଟୁ ଗ୍ରେଡ୍ ରେ ୬ ଜଣ,ବି-ୱାନ୍ ଗ୍ରେଡ୍ ରେ ୧୦ ଜଣ,ବି -ଟୁ ଗ୍ରେଡ୍ ରେ ୨୬ ଜଣ,ସି -ଗ୍ରେଡ୍ ରେ ୪୪ ଜଣ, ଡି- ଗ୍ରେଡ୍ ରେ ୩୬ ଜଣ ଓ ଇ-ଗ୍ରେଡ୍ ରେ ୪୦ ଜଣ କୃତିତ୍ଵର ସହ ପାସ୍  କରିପାରିଛନ୍ତି। ସମସ୍ତ ଗ୍ରେଡ଼ଧାରୀ ଛାତ୍ରୀ -ଛାତ୍ରମାନେ ସମ୍ମିଳିତ ଭାବରେ ନିଜ ନିଜର ସଫଳତା ପାଇଁ  ବିଦ୍ୟାଳୟର  ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ଵାଳ,ବରିଷ୍ଠ  ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟିର ସଭ୍ଯ ସଭ୍ୟା ବୃନ୍ଦ ଓ ନିଜ ନିଜର ପିତା ମାତା,ବନ୍ଧୁ ପରିଜନ ତଥା ଶୁଭେଚ୍ଛୁମାନଙ୍କୁ ଶ୍ରେୟ ଦେଇ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏହି ବିଦ୍ୟାଳୟର ଦୁର୍ଗା ପ୍ରସାଦ ମିଶ୍ର ଉଲ୍ଲେଖନୀୟ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ -ୱାନ ଗ୍ରେଡ୍ ପାଇବା ସହ ସ୍କୁଲରେ ପ୍ରଥମ ସ୍ଥାନ ଅଧିକାର କରିବା ସଙ୍ଗେ ସଙ୍ଗେ ସ୍ଵର୍ଗତ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର ସମ୍ମାନ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି। ଦୁର୍ଗା ପ୍ରସାଦ ମିଶ୍ର ହେଉଛନ୍ତି ଢେଙ୍କାନାଳ ରାଇନରସିଂହପୁର ନିବାସୀ ରୋଜାଲିନ ମିଶ୍ର ଏବଂ ସିଦ୍ଧେଶ୍ଵର ମିଶ୍ରଙ୍କର ସୁସନ୍ତାନ ।  ସେହିପରି ଛାତ୍ରୀ ତନୁଶ୍ରୀ ନାଥ ଶତକଡ଼ା ୮୬ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ,ଛାତ୍ର  ପିନାକୀ ପ୍ରୀତମ ଛୋଟରାୟ ଶତକଡ଼ା ୮୫.୫ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ,ଛାତ୍ର ଦେବୀଦତ୍ତ ଶତପଥୀ,ଛାତ୍ରୀ  ଲିପି ପରିଡ଼ା,ଛାତ୍ର ଆଶୁତୋଷ ତ୍ରିପାଠୀ ଓ ଛାତ୍ରୀ ସାଇ ଅନନ୍ୟା ନାୟକ ପ୍ରମୁଖ ଶତକଡ଼ା ୮୦ ପ୍ରତିଶତ ଓ ତଦୁର୍ଦ୍ଧ ନମ୍ବର ହାସଲ ତଥା ଉତ୍କୃଷ୍ଟ ପ୍ରଦର୍ଶନ କରି ଏ -ଟୁ ଗ୍ରେଡ ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି। ପ୍ରକାଶ ଥାଉକି ଚଳିତ ବର୍ଷ ପ୍ରଥମ କରି  ପରୀକ୍ଷାର୍ଥୀମାନେ ନିଜ ନିଜର ବୋର୍ଡ଼ ସାର୍ଟିଫିକେଟ୍ ଓ ମାର୍କସିଟ୍ ଅନଲାଇନ୍ ମାଧ୍ୟମରେ ପାଇପାରୁ ଥିବାରୁ ସମସ୍ତେ  ଏହି ଅଭିନବ ବ୍ୟବସ୍ଥାକୁ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ସ୍ଵୀୟ ଅଭିମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

4 × 1 =