ଢ଼େଙ୍କାନାଳ : ଟାଟା ଷ୍ଟିଲ ଫାଉଣ୍ଡେସନର ରିସ୍ତା (ରିଜିଓନାଲ ଇନିସିଆଟିଭ ଫର ସେକସୁଆଲ ହେଲଥ ଫର ଟୁଡେଜ ଆଡଲୋସେନ୍ଟ) ଟିମ୍ ପକ୍ଷରୁ କମଳାଙ୍ଗ ଗ୍ରାମପଂଚାୟତରେ ଏକ ସଚେତନତା ଅଧିବେଶନ ଆୟୋଜନ ସହିତ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ହୋଇଯାଇଛି । କିଶୋରୀ ଏବଂ ମା’ମାନଙ୍କର ଋତୁସ୍ରାବ ଜନିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ବିଷୟରେ ସଚେତନ କରିବା ଏହି ପଦକ୍ଷେପର ମୂଳ ଲକ୍ଷ ଥିଲା । ମେ\’ ୨୮ ତାରିଖରେ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ଚଳିତ ବର୍ଷର ବିଷୟବସ୍ତୁ ‘‘ଋତୁସ୍ରାବ ମିତବ୍ୟୟୀ ବିଶ୍ୱ ପାଇଁ ଏକତ୍ରିତ ହେବା ’’ ଶୀର୍ଷକ ସହ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ସୁରକ୍ଷିତ ଋତୁସ୍ରାବ ଏବଂ ଏହାର ପରିଚାଳନା ଉପରେ ଗୁରୁତ୍ୱାରୋପ ପ୍ରଦାନ କରୁଛିିି । ଏହି ସଚେତନତା ଅଧିବେଶନରେ କମଳାଙ୍ଗ ଗ୍ରାମ ପଂଚାୟତର ୧୦ରୁ ୧୯ ବର୍ଷର ବାଳିକା ଏବଂ ମା\’ ମାନେ, ଅଙ୍ଗନବାଡ଼ି କର୍ମୀ, ଆଶା, ଏଏନଏମ ଏବଂ ସୁପରଭାଇଜରଙ୍କ ସମେତ ୭୦ ଜଣ ଅଂଶଗ୍ରହଣ କରିଥିଲେ । ରିସ୍ତାରେ ଯୋଗ ଦେବା ପରେ ଋତୁପର୍ଣ୍ଣା ନାୟକ ଓ ମନୀଷା ନାୟକଙ୍କ ଭଳି ଯୁବ ପରିବର୍ତନକାରୀ ନିଜର ଅନୁଭୂତି ବାଂଟିଥିଲେ ଯାହା ସେମାନଙ୍କ ଅଂଚଳର ଅନ୍ୟ ମହିଳାମାନଙ୍କୁ ପ୍ରଭାବିତ କରିପାରିଛ । ଟାଟା ଷ୍ଟିଲର ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟକ୍ଷମ ପ୍ଳାଣ୍ଟ ପାଶ୍ୱବର୍ତୀ ଗ୍ରାମଞ୍ଚଳରେ ରିସ୍ତା ପ୍ରକଳ୍ପ ଦ୍ୱାରା କିଶୋର ଓ ଯୁବ ଦମ୍ପତି ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶିକ୍ଷିତ କରାଯାଉଛି, ଯେଉମାନେ ଏହି ସ୍ୱାସ୍ଥ୍ୟସେବା ଅଭିଯାନକୁ ଆଗକୁ ନେଇ ପାରିବେ । ଏହାର ଉଦ୍ଦେଶ୍ୟ ହେଉଛି କିଶୋରୀମାନଙ୍କର ସ୍ୱାସ୍ଥ୍ୟ ସେବା ସମସ୍ୟା ବିଶେଷକରି ପ୍ରଜନନ ଏବଂ ଯୌନ ସ୍ୱାସ୍ଥ୍ୟ ଯାହା ଫଳରେ ବିବାହ ବୟସ ବିଳମ୍ବିତ ହୋଇଥାଏ ତାହାର ସମାଧାନ କରିବା ଏବଂ ଯୁବପିଢ଼ିଙ୍କୁ ନେତୃତ୍ୱ ଶିବିର ଅନୁଭୂତି ପ୍ରଦାନ କରିବା ଏବଂ ଅନ୍ୟାନ୍ୟ ଜୀବନ-କୌଶଳ ନିୟୋଜନ ଅନୁଭବ କରିବାକୁ ସକ୍ଷମ କରିବା ସହ ସେମାନଙ୍କୁ ଜୀବନରେ ଗୁରୁତ୍ୱପୂର୍ଣ ନିଷ୍ପତିି ନେବାରେ ସଶକ୍ତ କରିବ ।