ମା’ବୁଢୀଦେବୀଙ୍କ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ମହାଗ୍ରହ ଯଜ୍ଞ ଉପଲକ୍ଷେ କଳସଯାତ୍ରା !

ଢେଙ୍କାନାଳ : ସହର ଜୁବୁଲିଟାଉନ୍‌ସ୍ଥିତ ମା ବୁଢୀ ଦେବୀଙ୍କର ବିଜୟସ୍ଥଳୀରେ ମା’ ବୁଢୀଦେବୀଙ୍କଚଣ୍ଡୀଯଜ୍ଞ ସହିତ ଶନିଶ୍ଚର ମହାଗ୍ରହ ଯଜ୍ଞ ୧୭ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସପ୍ତଦିନବ୍ୟାପୀ ଅନୁଷ୍ଠିତ ହେବ । ୧୭ ତାରିଖ ଅପରାହ୍ନ ୪ଟା ୩୨ମି ଠାରୁ ୫ଟା ୧୭ମି. ମଧ୍ୟେ ଅଙ୍କୁରାରୋପଣ, ଜଳଯାତ୍ରା ଓଅଧିବାସ ପୂଜା । ଏହି ଉପଲକ୍ଷେ ଶତାଧିକ ମହିଳାମାନେ ଯାଉଁଳି ପୋଖରୀରୁ ପୂଜାର୍ଚ୍ଚନା କରି ସଂକୀର୍ତନ ଓ ବାଦ୍ୟ ସହସହର ପରିକ୍ରମା କରି କଳସ ଯାତ୍ରା କରିଥିଲେ । ୧୮ ତାରିଖରେ ସୂର୍ଯ୍ୟପୂଜା, ଗୋ-ପୂଜା, ଚଣ୍ଡୀପାଠ, କୁଣ୍ଡ ମଣ୍ଡଳାଦିପୂଜା, ଅଗ୍ନିସ୍ଥାପନ ଓ ଗ୍ରହଯଜ୍ଞ ଅନୁଷ୍ଠିତ ହେବ । ୧୯ ତାରିଖରେ ଗୋପାଳ ସହସ୍ର ନାମରେ ଆହୁତି ପ୍ରଦାନ, ୨୦ତାରିଖରେ ରୁଦ୍ରାର୍ଚ୍ଚନ ଓ ଦେବୀ ସହସ୍ର ନାମରେ ଆହୁତି ପ୍ରଦାନ ସହ କୀର୍ତନ, ୨୧ ତାରିଖରେ ଗୀତା ଯଜ୍ଞ ଓ ଭଜନ ସମାରୋହ, ୨୨ ତାରିଖରେ ନୃସିଂହାର୍ଚ୍ଚନ ଓ ଆହୁତି ପ୍ରଦାନ ସହିତ ରାତ୍ରରେ ଦଣ୍ଡନୃତ୍ୟ ପରିବେଷଣ, ୨୩ ତାରିଖରେ ମା’ଙ୍କର ଷୋଡଶ ଉପଚାର ପୂଜା, ଚଣ୍ଡୀପୂଜା ଓ ପୂର୍ଣ୍ଣାହୁତି ହେବା ସହିତ ସଂଧ୍ୟାରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ଅନୁଷ୍ଠିତ ହେବ । ମୁଖ୍ୟ ପୂଜକ ଶୁଭେନ୍ଦୁ କୁମାର ଦାଶ, କାମେଶ ନନ୍ଦ ଓ ବିରଂଚି ପ୍ରସାଦ ନନ୍ଦ, ମନ୍ଦିରର ମୁଖ୍ୟ ପୂଜକ ରାଜକିଶୋର ମିଶ୍ର, ପର୍ଶୁରାମ କର ଏବଂ ମୁଖ୍ୟ ଦେହୁରୀ ଫକୀର ଦେହୁରୀ, କର୍ତା ଲିଙ୍ଗରାଜ ସାହୁ, କର୍ତୀ ରେବତୀ ସାହୁ,କର୍ତା ଶିଶିର କୁମାର ବାରିକ, କର୍ତୀ ସସ୍ମିତା ବାରିକ ଓ କର୍ତା ସରୋଜ କୁମାର ମହାନ୍ତି ଓ ବୁନୁ ବରାଳ ସମସ୍ତ ପୂଜାକାର୍ଯ୍ୟକୁସମ୍ପାଦନ କରୁଛନ୍ତି । କର୍ମକର୍ତା ଅକ୍ଷୟ କୁମାର ଆଚାର୍ଯ୍ୟ, ସାଗରବିନ୍ଦୁ ପଟ୍ଟନାୟକ, ସୁଶାନ୍ତ କୁମାର ବାରିକ, ବିଚିତ୍ରାବରାଳ, ରାକେଶ ଷଢଙ୍ଗୀ, ଅମି ଦାସ, ଦେବୁ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ।

Leave A Reply

Your email address will not be published.

nineteen − 14 =