ଟାଉନ୍ ପ୍ଲାନିଂ ଛକ ଶନିଶ୍ଚର ଦେବଙ୍କ ୧୪ତମ ବାର୍ଷିକୋତ୍ସବର ପୂର୍ଣ୍ଣାହୁତି !

ଢେଙ୍କାନାଳ: ଢେଙ୍କାନାଳ ସହର ଟାଉନ୍ ପ୍ଲାନିଂ ଅଫିସ୍ ଛକ ଠାରେ ଶନିଶ୍ଚର ଦେବଙ୍କ ୧୪ତମ ବାର୍ଷିକୋତ୍ସବରପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପୂଜା ତିନିଦିନ ଧରି ଚାଲିବା ସହିତ ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା,ମଣ୍ଡଳ ପୂଜା, ଶନି-ରାହୁ-କେତୁଙ୍କର ଷୋଡଶଉପଚାର ନୀତିରେ ପୂଜାର୍ଚ୍ଚାନ ସହ ପୂର୍ଣ୍ଣହୁତି ଅନୁଷ୍ଠିତ ହୋଇଥିଲା ।ସଂଧ୍ୟାରେ ୧୦୮ ଆଳତି କରାଯିବା ସହ ଭଜନ ସମାରୋହ ଓ ପ୍ରସାଦସେବନ ଭକ୍ତମାନେ ପାଇଥିଲେ । ଦ୍ୱିତୀୟ ଦିବସରେଗୀତାଯଜ୍ଞ ପାଠ କରାଯାଇଥିଲା । ମନ୍ଦିରର ପୂଜକ ନଗେନ୍ ଭଟ୍ଟ, ପୂଜକ ଯଜେ୍ଞଶ୍ୱର ମିଶ୍ର, ଶ୍ରୀବତ୍ସ ମିଶ୍ର ଓ ଦିବାକର ମିଶ୍ରପୂଜା କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇଥିଲେ । କର୍ତା ଶେଷଦେବ ସାହୁ, କର୍ତୀ ସୁଦୀପ୍ତା ସାହୁ ଓ କମିଟର ସମସ୍ତ କର୍ମକର୍ତାଏବଂ ସାହିବାସୀନ୍ଦାଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.

6 − 4 =