ଥିଙ୍କର୍ସ ଫୋରମ୍ ପକ୍ଷରୁ ରଥକାଠ ଅସମ୍ମାନକୁ ନେଇ ଅଭିଯୋଗ !

ଗଢେଙ୍କାନାଳ : ଢେଙ୍କାନାଳ ସହରର ରଥଗଡା ଠାରେ ଥିବା ରଥଖଳାରେ ରଥ ପାଇଁ ସଂଗୃହୀତ କାଠକୁ ଅସମ୍ମାନକରୁଥିବା ବିରୁଦ୍ଧରେ ଥିଙ୍କର୍ସ ଫୋରମ୍ ପକ୍ଷରୁ ଉପଜିଲ୍ଲାପାଳ ତଥା ଦେବୋତର ଅଧିକାରୀଙ୍କୁ ଅଭିଯୋଗ । ପ୍ରକାଶ ଯେ,ଆସନ୍ତା ଜୁଲାଇ ମାସରେ ପାଳିତ ହେବାକୁ ଥିବା ପବିତ୍ର ରଥଯାତ୍ରା ପାଇଁ ରଥକାଠ ସଂଗ୍ରହ କରାଯାଇ ଦେବୋତର ବିଭାଗପକ୍ଷରୁ ଗତ ଅକ୍ଷୟ ତୃତୀୟା ଠାରୁ ରଥଗଡା ସ୍ଥିତ ରଥଖଳାରେ ଗଛିତ କରାଯାଉଛି । ଏହି ରଥକାଠ ଓଡିଆ ଜାତିର ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀ ବଳରାମ ଓ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣରେ ବ୍ୟବହୃତ ହୁଏ । ମାତ୍ର ଦୁଃଖର ବିଷୟ ଯେ, ଚଳିତବର୍ଷ ରଥ ନିର୍ମାଣ ପାଇଁ ସଂଗୃହିତ ପବିତ୍ର ରଥକାଠ ନିକଟରୁ ଉଠା ଦୋକାନୀମାନଙ୍କୁ ସାମୟିକ ଉଚ୍ଛେଦ କରାଯାଇ ନଥିବାରୁ ରଥକାଠ ଉପରେ ଲୋକମାନେ ଯୋତା ଚପଲ ପିନ୍ଧି ଚଢି ଯାଉଛନ୍ତି ଏବଂ ଅନେକ ଅଇଁଠା ପତ୍ର ରଥକାଠଉପରେ ପଡିରହୁଛି । ଏହା ଏକ ଅଶୋଭନୀୟ କାର୍ଯ୍ୟ ଅଟେ । ଏହା ଦ୍ୱାରା ଆମ ସଂସ୍କୃତି ପ୍ରତି କୁଠାରଘାତ ହେବା ସହଅନେକ ଜଗନ୍ନାଥ ପ୍ରେମୀଙ୍କ ମନରେ କଷ୍ଟ ଦେଉଅଛି ବୋଲି ଥିଙ୍କର୍ଷ ଫୋରମ୍ ପକ୍ଷରୁ ପ୍ରକାଶ କରିଛନ୍ତି । ଏ ବିଷୟରେସାମାଜିକ ଗଣମାଧ୍ୟମରେ ଅନେକ ବ୍ୟକ୍ତି ସ୍ୱର ଉତୋଳନ କରିଆସିଛନ୍ତି । ତେଣୁ ଦେବୋତର ଅଧିକାରୀ ତୁରନ୍ତ ରଥଖଳାପରିଦର୍ଶନ କରିବା ସହିତ ରଥକାଠ ଗୁଡିକ ସମ୍ମାନର ସହ ରଖିବାର ବ୍ୟବସ୍ଥା କରିବା ପାଇଁ ଫୋରମ୍ ପକ୍ଷରୁ ଅନୁରୋଧକରିଛନ୍ତି । ଏହି ଅଭିଯୋଗ ସମୟରେ ସଭାପତି ସୋମେନ୍ଦୁ ଶତପଥୀ, ସଂପାଦକ ପ୍ରକାଶ ଚନ୍ଦ୍ର ରାଉତ, ବିଭୂ ନାରାୟଣଦ୍ୱିବେଦୀ ଓ ବୈକୁଣ୍ଠନାଥ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।

Leave A Reply

Your email address will not be published.

2 × two =